
୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ “ସମସ୍ତଙ୍କ ପାଇଁ ବାସଗୃହ” ସଂପର୍କୀୟ ଏକ ହିତଧାରକକର୍ମଶାଳା ଆଜି ମହାବୀରପାଟଣା ବସ୍ତିର ପରିଚୟ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୦-୨୧ ମସିହାରେ ଗୃହ ପାଇଥିବା ୧୬୩ ଜଣ ହିତାଧିକାରୀ ଏଥିରେ ଯୋଗ ଦେଇଥିଲେ । ପୌରାଧ୍ୟକ୍ଷା ନିରୂପମା ଖଟେଇ,ନିର୍ବାହୀ ଅଧିକାରୀ ମିସ୍ ସ୍ଵାତୀ ମିଶ୍ର, ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କ ସକ୍ରୀୟ ସହଯୋଗ କାମନା କରିଥିଲେ ।
କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ “ଜୀବନ ଜୀବିକା ପାଇଁ ଧନ୍ଦା ମୂଳକ ଶିକ୍ଷା” ସଂସ୍ଥାର ବରିଷ୍ଠ ଅଧିକାରୀ ଲକ୍ଷ୍ମୀକାନ୍ତ ପାଇକରା ଓ ମୁରଲୀଧର ବରାଡ ପ୍ରମୁଖ ଦୁଇ ଜଣିଆ ଟିମ୍ ଯୋଗ ଦେଇ ଗୋଷ୍ଠୀଗତ ଆଲୋଚନା କରିଥିଲେ । ଆବାସର ଚୟନ ପକ୍ରିୟା,କାର୍ୟ୍ୟାଦେଶ ବଣ୍ଟନ, ଗୃହ ନିର୍ମାଣର ସ୍ତର, କର୍ମଚାରୀଙ୍କ ସହଯୋଗ ଓ ହିତାଧିକାରୀଙ୍କ ଆନ୍ତରିକତା ପ୍ରଭୁତି ଦିଗ ପ୍ରତି ଆଲୋଚନା କରିଥିଲେ । ଯୋଜନାର ଅଧିକ କାର୍ୟ୍ୟକାରିତା ଓ ସମନ୍ଵୟ ପାଇଁ ୫ ଟି ସବ-କମିଟି ଗଠନ କରଯାଇଥିଲା ।
୧୦ ଜଣ ଭିନ୍ନକ୍ଷମ ଓ ୨ ଜଣ ତୃତୀୟ ଲିଙ୍ଗ ପରିବାରକୁ ଆବାସ ଯୋଜନାରେ ଗୃହ ଦିଆଯାଇଥିବାରୁ “ଟିମ୍” ଖୁସି ପ୍ରକଟ କରିଥିଲେ । ଆବାସ ବିଶେଷଜ୍ଞ ନିଗମ ମହାପାତ୍ର, ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ସର୍ବଶ୍ରୀଗଜେନ୍ଦ୍ର ମହାରଣା, ରଞ୍ଜନ ମହାପାତ୍ର ଓ ତ୍ରିଲୋଚନ ସାହୁ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ । ଆସନ୍ତା କାଲି ଜଜାଙ୍ଗୀସାହି ବସ୍ତିରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଅଛି । ୩ ଦିନିଆ ଗସ୍ତରେ “ଟିମ୍” ପ୍ରାୟ ୮୦ ଟି ପରିବାରକୁ ସାକ୍ଷାତ କରିବା କାର୍ୟ୍ୟକ୍ରମ ରହିଛି ।














