

୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ/ନୟାଗଡ଼ :- ସବୁବେଳେ ଚର୍ଚ୍ଚା ରେ ରହିଆସିଥିବା ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଥର ନିଆରା ଢଙ୍ଗରେ ପାଳନ କରାଯାଇଛି ଶିଶୁ ଦିବସ। ପୁରାତନ ଛାତ୍ର ତଥା ଓଡିଶା ସରକାରଙ୍କ ଯୁଗ୍ମ ସଚିବ କୃଷ୍ଣ ଚନ୍ଦ୍ର ଶତପଥୀଙ୍କ ମ୍ୟୁଜିକ୍ କ୍ଲବ୍ ପରିକଳ୍ପନାକୁ ସାକାର କରିଛନ୍ତି ଓଡ଼ିଶା ପୋଲିସ ବିଭାଗରେ କାର୍ଯ୍ଯରତ ପୁରାତନ ଛାତ୍ରମାନେ।
ସେମାନଙ୍କ ଆର୍ଥିକ ଅନୁଦାନରେ ମୋ ସ୍କୁଲ୍ ଅଭିଯାନ ଦ୍ଵାରା “ଆଲୁମିନି ପୋଲିସ ମ୍ୟୁଜିକ୍ କ୍ଲବ୍” ର ଶୁଭାରମ୍ଭ କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପହି ଏବଂ ଏହି କାର୍ଯ୍ୟକ୍ରମରେ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ଶିଶୁ ସାହିତ୍ୟିକ କବି ଗୋଦାବରୀଶ ମିଶ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ମିଶ୍ର, ପ୍ରଧାନୀ ବୃନ୍ଦାବନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରତ୍ୟେକ ଶିଶୁ ନିଜ ନିଜର ସ୍ଵତନ୍ତ୍ର ପ୍ରତିଭାର ଅଧିକାରୀ ଏବଂ ତାଙ୍କର ଏହି ପ୍ରତିଭା ଦେଶ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପହି କହିଥିଲେ। ଆଲୁମିନି ପୋଲିସ ଦ୍ୱାରା ଏହି ଚିନ୍ତାଧାରା ରାଜ୍ଯରେ ପ୍ରଥମ ବୋଲି ଶ୍ରୀଯୁକ୍ତ ଖଣ୍ଡାୟତରାୟ ମତବ୍ୟକ୍ତ କରିଥିଲାବେଳେ ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ରଙ୍କ କବିତା ସଭାସ୍ଥଳରେ ଶିହରଣ ଆଣିଥିଲା। ପୁରାତନ ଛାତ୍ର ଦିଲୀପ ମିଶ୍ରଙ୍କ ଉଦ୍ୟମରେ ବିଦ୍ୟାଳୟର ୧୯୯୧ ମାଟ୍ରିକ୍ ବ୍ୟାଚ୍ ମୋ ସ୍କୁଲ୍ ଅଭିଯାନକୁ ଦଶ ହଜାର ଟଙ୍କା ଦାନ କରିନଥିଲେ।
ଆଯୋଜିତ ସଭାରେ ନବନିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଦାସ ସଭାପତିତ୍ବ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ, ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର, ମୋ ସ୍କୁଲ୍ ସଭାପତି ବଂଶୀଧର ସାହୁ, ଆଲୁମିନି ସଦସ୍ୟ ନିରଞ୍ଜନ ସ୍ଵାଇଁ, ଆନନ୍ଦ ଶତପଥୀ,
ଧୃବ ଚରଣ ବରାଡ଼, ସୁରେନ୍ଦ୍ର କୁମାର ସାହୁ, ଦିଲ୍ଲୀପ ମିଶ୍ର, ଗୁଣନିଧି ଶତପଥୀ, ସନ୍ତୋଷ କୁମାର ବେହେରା, ସୁବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ଜ୍ଞାନ ପ୍ରକାଶ ବାରିକ ମଂଚ ପରିଚାଳନା କରିଥିଲେ। ଅତିଥି ମାନେ ୫ଟି ଆନୁକୁଲ୍ୟରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟଦେଖି ଖୁସି ବ୍ୟକ୍ତ କରିଥିଲେ।


© 2023 Odisha Taza News.