No Result
View All Result
୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ମନ୍ଦିର ଓ ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା”ର ମିଳିତ ଆନୁକୂଲ୍ୟରେ “ଶିଶୁ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି। ଏଇ ଅବସରରେ ଆକାଂକ୍ଷାର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ ,ସଦସ୍ୟା ଶ୍ରୀମତୀ କଲ୍ଯାଣୀ ମିଶ୍ର ଓ ଶ୍ରୀମତୀ ସ୍ବର୍ଣ୍ଣ ପ୍ରଭା ପାଠୀ ଏବଂ କୋଷାଧ୍ୟକ୍ଷା ଶ୍ରୀମତୀ ସରିତା ପାଣିଗ୍ରାହୀ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା ଉପସ୍ଥିତ ରହି ଶିଶୁ ଦିବସର ମହତ୍ତ୍ବ ଓ ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହୁରୁଙ୍କ ସ୍ମୃତି ଚାରଣ କରିଥିଲେ।
ଶିଶୁ ମନ୍ଦିର ପିଲାମାନେ ଅନେକ କୌତୁକପ୍ରଦ ଖେଳ , ନାଟକ , ନୃତ୍ୟ , ଅଭିନୟ , କବିତା ପଠନ , ମିମିକ୍ରି ଆଦି କାର୍ଯ୍ୟକ୍ରମରେ ଦିନସାରା ଅଂଶ ଗ୍ରହଣ କରି ବେଶ ମନୋରଞ୍ଜନ କରିଥିଲେ। ଛୋଟ ଶିଶୁଙ୍କ ମନୋରଞ୍ଜନ ପାଇଁ ମିକି ମାଉସ ବେଲୁନ୍ ଶିଶୁ ମନ୍ଦିର ପଡ଼ିଆରେ ଅଣା ଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ,ଗୁରୁମା ପରିଚାଳନା କରିଥିଲେ।

No Result
View All Result