
୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ମଣ୍ଡଳ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସଙ୍ଗୀତ, ଚିତ୍ରାଙ୍କନ, ୫୦ ଏବଂ ୧୦୦ ମିଟର ଦୌଡ, ମ୍ୟୁଜିକ ଚେୟାର ଏବଂ ଚାମଚ୍ ଆଳୁ ଦୌଡ ପ୍ରତିଯୋଗୀତାରେ ବ୍ଲକ୍ ରୁ ୧୦୦ ଜଣ ଦିଵ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ବି ଆର୍ ସି ସି ଜ୍ୟୋତ୍ସ୍ନାରାଣୀ ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରମୋଦ କୁମାର ନାୟକ,ସମ୍ମାନୀତ ଅତିଥି ଭାବେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସି ଆର୍ ସି ସି ନୀମେଇ ଚରଣ ସାହୁ ,ବି ଆର୍ ଟି ବିସ୍ମିତା ଗଡପଲ୍ଲା,ବିଷ୍ଣୁପ୍ରିୟା ଦାଶ ,ଇତିଶ୍ରୀ ତ୍ରିପାଠୀ ସହଯୋଗ କରିଥିବା ବେଳେ ସି ଆର୍ ସି ସି କୈଳାସ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।














