
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଗଣତାନ୍ତ୍ରିକ ପଦ୍ଧତିରେ ଶନିବାର ଦିନ ସ୍ଥାନୀୟ ଜୟଦେବ ଭବନ ପରିସରରେ ଡାକ୍ତର ଅଜିତ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ସଭ୍ୟମାନେ ଭାଗ ନିଜ ନିଜ ମତଦାନ ସାବ୍ୟସ୍ତ କରିଥିଲେ । ଏହି ନିର୍ବାଚନରେ ରାଜ୍ୟ ସଭାପତି ପଦବୀ ନିମନ୍ତେ ପୂର୍ଣ୍ଣଚନ୍ଦ୍ର ରାଉତ, ରଞ୍ଜିତ କୁମାର ଦାସ, ସନ୍ତୋଷ ପାତ୍ର, ସମ୍ପାଦକ ପଦବୀ ନିମନ୍ତେ ଶ୍ରୀ ପ୍ରସନ୍ନ କୁମାର ସାମଲ,
ମୀର ମୁସ୍ତାକିମ ଅଲ୍ଲୀ, ଧନେଶ୍ୱର ବାରିକ ଏବଂ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ରାମଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ନାୟକ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ରାଉତ ୨୩ ଖଣ୍ଡ ଭୋଟ ପାଇ ରାଜ୍ୟ ସଭାପତି, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ ୨୭ ଖଣ୍ଡ ଭୋଟ ପାଇ ସମ୍ପାଦକ ଏବଂ ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରଧାନ ୨୯ ଖଣ୍ଡ ଭୋଟ ପାଇ କୋଷାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ଶ୍ରୀ ନବଘନ ପରିଡ଼ା, ଶ୍ରୀ ରାମଚନ୍ଦ୍ର ନାୟକ, ଶ୍ରୀ ଅନିଲ ପ୍ରଧାନ ପ୍ରମୁଖ ଏହି ନିର୍ବାଚନକୁ ପରିଚାଳନା କରିଥିଲେ ।

© 2023 Odisha Taza News.