No Result
View All Result
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ସମ୍ବଲପୁର :- ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଅନୁକୂଳ ପାଣିପାଗ ହେତୁ ଧାନ ଅମଳ ଶୀଘ୍ର ହୋଇଥିବାରୁ ଖରିଫ ଋତୁ ୨୦୨୨-୨୩ ପାଇଁ ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଚଳିତ ନଭେମ୍ବର ୨୧ରୁ ବରଗଡ ଓ ୨୨ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ସ୍ତରର ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏଥି ସହିତ ଜିଲ୍ଲା ସ୍ତରରେ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟିକା ଗୋଷ୍ଠି ଆଦିଙ୍କୁ ପ୍ରସ୍ତୁତ ରହିବା ସହ ଚାଷୀଙ୍କ ଧାନ ଉଠାଣ କରୁଥିବା ମିଲର୍ସମାନେ ଯେଭଳି ମଣ୍ଡିରୁ ତୁରନ୍ତ ଧାନ ସଂଗ୍ରହ କରିବେ ସେ ଦିଗରେ ଯୋଗାଣ ଅଧିକାରୀମାନେ ପଦକ୍ଷେପ ନେବାକୁ କୁହାଯାଇଛି । ଏଥି ସହିତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମେନ୍ତ ଯେଭଳି ନିର୍ଭୁଲ ଟୋକନ ପ୍ରଦାନ ଉପରେ ସତର୍କ ଦୃଷ୍ଟି ରଖିବାପାଇଁ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଦୁଇ ଜିଲ୍ଲାର ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ଏହି ନଷ୍ପତି ନିଆଯାଇଥିବା ବିଶ୍ବସ୍ତ ସୁତ୍ରରୁ ଜଣା ପଡିଛି |
No Result
View All Result