No Result
View All Result
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଦୁଇଦିନିଆ ଅଧିବେଶନ ଅନୁଷ୍ଠିତ l ଦୁଇଦିନିଆ ଧରି ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀଅଧିବେଶନର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଖଲିକୋଟ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, ସମ୍ମାନିତ ବକ୍ତା ଭାବେ ଡକ୍ଟର ଅର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବରିଷ୍ଟ ସାମ୍ବାଦିକ ଅର୍ଗସ ର ମୁଖ୍ୟ ସଞ୍ଜୟ କୁମାର ଜେନା, ପ୍ରଫେସର ଡକ୍ଟର ହରିହର କାନୁନଗୋ , ଗଜପତି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜି. ତିରୁପତି ରାଓ ଗଜପତି ଜିଲ୍ଲାର ଉନ୍ନୟନ ଅଧିକାରୀ ତଥା ପିଡି ଡି ଆର ଡି ଏ ରୋମାଞ୍ଚଳ ଖମାରୀ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ ଜିବୀ ସିଦ୍ଧେଶ୍ୱର ମିଶ୍ର , ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଉପାନ୍ତ ଜିଲ୍ଲା ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦୁଇ ଦିନିଆ ଅଧିବେଶନ ଆୟୋଜିତ କରାଇ ପାରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ l
ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଅମଳରୁ ପାରଳାଖେମୁଣ୍ଡି ସହର ସାହିତ୍ୟ, ନାଟକ, ସଙ୍ଗୀତ ଓ ସଂସ୍କୃତି କ୍ଷେତ୍ର ଭାବେ ପରିଚିତ ଅଟେ l ଓଡ଼ିଆ ସାହିତ୍ୟ, ସଂସ୍କୃତିକୁ, ସଙ୍ଗୀତ କୁ ବଞ୍ଚାଇ ବାକୁ ହଲେ ଉପାନ୍ତ ଅଞ୍ଚଳ ଭାବେ ପରିଚିତଦକ୍ଷିଣ ଓଡ଼ିଶାର ସହର ଓ ଗ୍ରାମ ମାନଙ୍କରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅଧିବେଶନ ଅନୁଷ୍ଠିତ କରାଇଲେ ଯାଇ ଉପାନ୍ତ ଅଞ୍ଚଳରେ ଲୋପ ପାଇବାକୁ ଯାଉଥିବା ଓଡ଼ିଆଭାଷା ସାହିତ୍ୟ, ସଂସ୍କୃତି, ସଙ୍ଗୀତ ଓ ଲୋକ ନୃତ୍ୟ ବଞ୍ଚି ପାରିବ ବୋଲି ବକ୍ତା ମାନେ ଉଦବୋଧନ ଦେଇ କହିଥିଲେ l ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ପାରଳାଖେମୁଣ୍ଡି ପୌରପରିଷଦର କାର୍ଯୟନିର୍ବାହୀ ଅଧିକାରୀ ଜୁବୁଲି ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଏସିଆନ ଏଜ୍ ର ଭୁବନେଶ୍ୱର ପ୍ରତିନିଧି ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଅଧିବେଶନ ସାହିତ୍ୟ, ସଂସ୍କୃତି, ସଙ୍ଗୀତ ଓ ଲୋକ କଳାରେ ସମ୍ପୂର୍ଣ ଭରପୁର ଥିବା ଭଳି ଉପାନ୍ତ ଅଞ୍ଚଳ ପାରଳାଖେମୁଣ୍ଡି ସହରରେ ସଫଳତାର ସହିତ ଅନୁଷ୍ଠିତ କରାଇ ପାରି ଥିବାରୁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l
ଏହି ଦୁଇଦିନ ଅଧିବେଶନରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ସଭାପତି କବି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ମହା ସଚିବ ଦଣ୍ଡପାଣି ମହାପାତ୍ର ଦୁଇଟି ଯାକ ଅଧିବେଶନରେ ସ୍ବାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପାରଳାଖେମୁଣ୍ଡି ସହରର ମହିଳା ସମାଜ ସେବୀ ତଥା ପ୍ରଗତି ମହିଳା ଅନୁଷ୍ଠାନ ର ସମ୍ପାଦିକା ତନୁଜା ଶତପଥୀ ଦୁଇଟି ଯାକ ଅଧିବେଶନକୁ ପରିଚାଳନା କରିଥିଲେ l ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଦୁଇଦିନ ଧରି ଅନୁଷ୍ଠିତ ଦଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅଧିବେଶନରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବୁଦ୍ଧିଜୀବୀ,କବି, ସାହିତ୍ୟିକ, ଗବେଷକ, ସାମ୍ବାଦିକ, କଳାକାର, ଶିକ୍ଷକ, ସମାଜସେବୀ, ଛାତ୍ର ଛାତ୍ରୀ, ରାଜନେତାଓ ନେତ୍ରୀ, ସାହିତ୍ୟ ସଂଗଠକ ପ୍ରମୁଖ କବିତା ପାଠ କରିଥିଲେ ଅଧ୍ୟାପକ ଲିଙ୍ଗରାଜ ପ୍ରଧାନ ଓ ସାଥୀ ଦେବେନ୍ଦ୍ର ନାଥ ଦାସ ଦାସକାଠିଆ ପରିବେଷଣ କରିଥିଲେ l ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ l

No Result
View All Result