No Result
View All Result
୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) ପାରଳାଖେମୁଣ୍ଡି :– ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆର ଏମ ସି କାର୍ଯ୍ୟାଳୟ ଠାରେ ଆର ଏମ ସି ସଭାପତି ପଦପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ଏହିଅବସରରେ ବିଜେଡି ଦଳର ସମର୍ଥିତ ପାର୍ଥି ଭାବେଗଜପତି ରାଓ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିଥିଲେ ଏବଂବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ ୧୧-୩ ଭୋଟ ବ୍ୟବଧାନରେ ବିଜେଡି ସମର୍ଥିତ ପାର୍ଥି ଏସ ଗଜପତି ବିଜେପି ସମର୍ଥିତ ପ୍ରାର୍ଥୀ ଙ୍କୁ ହରାଇ ଆର ଏମ ସି ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୫ଜଣ ନିର୍ଦ୍ଦେଶକଙ୍କୁ ନେଇ ନିର୍ବାଚନ ପ୍ରକ୍ରିୟା ଜାରିରହିଥିଲା ବିଜେଡ଼ିସମର୍ଥିତ ପାର୍ଥିଏସ., ଗଜପତି ରାଓ ଙ୍କୁ -୧୧ ଜଣ ନିର୍ଦ୍ଦେଶକ ଭୋଟ ଦେଇ ଥିବା ବେଳେ ବିଜେପିସମର୍ଥିତ ପାର୍ଥିଙ୍କୁ -୩ ଭୋଟ ମିଳିଥିଲା
ଜଣେ ନିର୍ଦ୍ଦେଶକ ଭୋଟ ଦାନ ବେଳେ ଅନୁପସ୍ଥିତ ଥିବା ଜଣାପଡିଛି ଏହି ଅବସରରେ ସମସ୍ତ ଡାଇରେକ୍ଟର ଓ ଆର ଏମ ସି ସଭାପତି ଶ୍ରୀ ଏସ. ଗଜପତି ରାଓ ସହର ପରିକ୍ରମା କରି କଲେଜ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ଓ ପାରଳାଖେମୁଣ୍ଡି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଟ ନେତା ତଥା ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ବରିଷ୍ଟ ନେତା ବସନ୍ତ ଦାସ, ଆର. ଉଦୟଗିରି ବ୍ଲକ୍ ସାଂସଦ ପ୍ରତିନିଧି ତଥା ବରିଷ୍ଠ ସମାଜ ସେବୀ ଶ୍ରୀ ଜଗବନ୍ଧୁ ଦାସ, ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ୍ ପାଳ, ଏସ ଡି ସି ଉପାଧ୍ୟକ୍ଷ ଧନେଶ୍ଵର ଭୁୟାଁ ସମସ୍ତ ବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ଓ ବିଜୁଜନତା ଦଳର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।

No Result
View All Result