No Result
View All Result
୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘର ସଭାପତି ଏମ୍ ଖଗେଶ୍ୱରଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ମାନଙ୍କ ଚାକିରୀକୁ ନିୟମିତ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ଅଧୀନରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଠିକା କର୍ମଚାରୀ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସୁଛନ୍ତି । ଓଡ଼ିଶା ସରକାର ଆମ୍ଭ ମାନଙ୍କର ନାର୍ଯ୍ୟ ଦାବି ପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି । ଏଣୁ ଆପଣଙ୍କ ଜରିଆରେ ଆମେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା ଶାଖା ଓଡ଼ିଶା ସରକାରଙ୍କ ନିକଟରେ ଗୁହାରି ଜଣାଉଛୁ କି ଓଡ଼ିଶା ସରକାର ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ବିଚାର ବିମର୍ଷ କରି ଆମ୍ଭମାନଙ୍କ ଭଳି ପ୍ରକୃତ ଠିକା କର୍ମଚାରୀ ମାନଙ୍କ ଚାକିରୀକୁ ନିୟମିତ କରିବା ପାଇଁ କିଛି ପଦକ୍ଷେପ ନିଆଯାଉ ।
ଯଦି ଚଳିତ ନଭେମ୍ବର ମାସ ୧୧ ତାରିଖ ରାତି ସୁଦ୍ଧା ଓଡ଼ିଶା ସରକାର ଆମ୍ଭ ମାନଙ୍କର ଗୋଟିଏ ଦାବି ତଥା ନାର୍ଯ୍ୟ ଦାବି ଆମ୍ଭମାନଙ୍କ ର ଚାକିରି ନିୟମିତ କରାଯିବା ସମ୍ବନ୍ଧରେ କିଛି ନିଷ୍ପତ୍ତି ବା ପଦକ୍ଷେପ ନ ନେଲେ କାର୍ଯ୍ୟ ସ୍ଥଳରେ ହଳଦିଆ ବ୍ୟାଚ ପିନ୍ଧିବା ସହିତ ଆମ ଉପରେ ନ୍ୟସ୍ତ ସମସ୍ତ କାର୍ଯ୍ୟରେ ଓଡ଼ିଶା ସରକାରଙ୍କୁ ଶାନ୍ତି ପୂର୍ଣ୍ଣ ଭାବରେ ଅସହଯୋଗ କରିବୁ । ଏହି କାର୍ଯ୍ୟକ୍ରମରେ ଠିକା ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।

No Result
View All Result