No Result
View All Result
୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) ପାରଳାଖେମୁଣ୍ଡି :- ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ନୂଆଗଡ ବ୍ଲକ ଖଜୁରୀପଦା ଠାରେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୋହନା ବିଧାନସଭା ପ୍ରଭାରୀ ଲିଙ୍ଗରାଜ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୋଷୀୟ ରାଇକା ପରିଚାଳନା କରିଥିଲେ। ବୈଠକ ପୂର୍ବରୁ ଖଜୁରୀପଦା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ବଡପଦା ପର୍ଯ୍ୟନ୍ତ ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିଗୋଟି ବ୍ଲକ ରାୟଗଡ଼,ନୂଆଗଡ,ଆର.ଉଦୟଗିରି ଓ ମୋହନା ବ୍ଲକର ସକ୍ରୀୟ କର୍ମୀ ଯୋଗ ଦେଇଥିଲେ। ଆଗାମୀ ଦୁଇ ମାସ ମଧ୍ୟରେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆ ସାଥୀଙ୍କୁ ଯୋଡିବା ସହିତ ସମସ୍ତ ବ୍ଳକରେ କମିଟି ଗଠନ କରି ପଞ୍ଚାୟତ ଓ ବୁଥ ସ୍ତରରେ ସଙ୍ଗଠନ ମଜଭୁତ କରିବା ପାଇଁ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ,ଗଞ୍ଜାମ ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ରାଉତ, ଗଞ୍ଜାମ ଜିଲ୍ଲା ଉପସଭାପତି ସୁଧୀର କୁମାର ପ୍ରଧାନ,ବ୍ରହ୍ମପୁର ଲୋକସଭା ସଙ୍ଗଠକ ସୁଜୟ ଆଚାର୍ଯ୍ୟ,ବରିଷ୍ଠ ନେତା ଶିଶିର ଆଚାର୍ଯ୍ୟ, ବ୍ରହ୍ମପୁର ନଗର ସଭାପତି ସି.ହରପ୍ରସାଦ, ଜିଲ୍ଲା କମିଟି ସଦସ୍ୟ ପାଇଲା ମୂରଲୀ କ୍ରିଷ୍ଣା,ଜିଲ୍ଲା କମିଟି ସଦସ୍ୟ କିଶୋର ଚନ୍ଦ୍ର ଗୁରୁ,ଗୁମ୍ମା ବ୍ଲକ ସଭାପତି ବୋୟାଜ ବେବର୍ତ୍ତା, ପାରଳାଖେମୁଣ୍ଡି ବିଧାନସଭା ପ୍ରଭାରୀ ବାବୁଲା ରଣା ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଉପସ୍ଥିତ ସାଥୀଙ୍କୁ ପ୍ରତୈକ ଗ୍ରାମରେ ଆମ୍ ଆଦମୀ ପାର୍ଟିର ସ୍ୱଚ୍ଛ ରାଜନୀତି କୁ ପହଞ୍ଚାଇବା ସହିତ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସରକାର ଦ୍ବାରା କରାଯାଉଥିବା ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣି,
ମହିଳା ସଶକ୍ତିକରଣ ଓ ରୋଜଗାର କ୍ଷେତ୍ରରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସଚେତନ କରିବା ପାଇଁ ଆହ୍ବାନ କରିଥିଲେ ଅନ୍ୟ ନେତୃବୃନ୍ଦ ବ୍ରହ୍ମପୁର ଲୋକସଭା ସମେତ ଗଜପତି ଜିଲ୍ଲା ରେ ଦଳକୁ ମଜଭୂତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ନୂଆଗଡ ବ୍ଲକ ସଭାପତି ଭାବେ ଯୋଷୀୟ ରାଇକା, ସମ୍ପାଦକ ଭାବ ଯୋଥାମ ପାଣି, ନୂଆଗଡ ବ୍ଲକ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଭାବେ ଯଦୁସୁନ୍ଦର ଗାଣ୍ଟା,ବଡପଦା ପଞ୍ଚାୟତ ସଭାପତି ଭାବେ ରସ୍ମିରଞ୍ଜନ ରାଉଳ ଓ ମହେନ୍ଦ୍ରଗଡ ପଞ୍ଚାୟତ ସଭାପତି ଭାବେ ବାରିକ ମଲ୍ଲିକ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉଦୟଗିରି ବ୍ଲକର ପ୍ରମୁଖ ନେତା ଦାମୋଦର ସାହୁ,ତିମତି ମାଝୀ,ସମିର ମିଶାଲ,ବିରଞ୍ଜନ ମାଝୀ,ଅଭିନାଶ ଜେନା, କୁମାର ସିଂ,ମିଖାଇଲ ରାଇକା,ଅର୍ଜୁନ ରୟିତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

No Result
View All Result