ଓଡିଶା ତାଜା ନ୍ୟୁଜ (୦୧ ଜୁନ ୨୦୨୦ ସୋମବାର ) କୋରାଇ :– ମହାମାରୀ କରୋନା ସମୟରେ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯେଉଁ ସଫଳ ପୟାସ କରାଯାଇଛି ତାହା ବେଶ ସ୍ୱାଗତ ଯୋଗ୍ୟ । କରୋନା ସଂକ୍ରମଣ ରୋକିବାରେ ଏମାନେ ପ୍ରତି ଗ୍ରାମରେ ଲୋକଙ୍କୁ ସଚେତନ କରିିବା ସହିତ ଲୋକଙ୍କୁ ସେବା ଯୋଗାଇବାରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁସେବା କରିଛନ୍ତି । କୋରାଇ ଗୋଷ୍ଠୀ କେନ୍ଦ୍ର ସମେତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଠା ଯୋଗୁଁ କରୋଇରେ କନୋନାସଂକ୍ରମଣ ରୋକା ଯାଇପାରିଛି ।
ସେମାନଙ୍କ ଅବଦାନ ଓ ସେବାକୁ କୋରେଇ ଜନ ସାଧାରଣରେ ବେଶ ପ୍ରଶଂସା କରିଛନ୍ତି ।ସେମାନଙ୍କ ଏହି ସେବା ମନବୃତ୍ତି ପାଇଁ ସୋମବାର ତାଙ୍କୁ ତୁଳତୀ ସରପଞ୍ଚ ସମ୍ବର୍ଦ୍ଧିତ କରିଛନ୍ତି । ସରପଞ୍ଚ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ହିମାଂଶୁ କୁମାରଙ୍କ ସମେତ ସମସ୍ତ ଡା. ସୁଚତାବାନାର୍ଜୀ, କର୍ମଚାରୀ ପ୍ରଶାନ୍ତ କୁମାରରାଉତ, ପ୍ରତାପ କୁମାର ପୃଷ୍ଟି ପ୍ରମୁଖ ଙ୍କୁ ପୁଷ୍ପଗୁଚ୍ଛ , ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ସାମାଜିକ ଦୂରତା ନିମୟରେ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବିଜେପିର ବୈତରଣୀ ମଣ୍ଡଳ ସଭାପତି ତଥା ସାଦକପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ବେହେରା ଉପସ୍ଥିତ ରହିସହଯୋଗ କରିଥିଲେ । (ରିପୋର୍ଟ – ରଶ୍ମିରେଖା ମଲ୍ଲିକଙ୍କ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com