ମନ୍ତ୍ରୀ ଅଖିଳ ଗିରି ଭାରତ ର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଦେଇ ଅସମ୍ମାନିତ କରିଛନ୍ତି : ଯାହାକୁ ନେଇ ବିଜେପି ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଛି ।
ଉକ୍ତ ମନ୍ତ୍ରୀ ଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ଗିରଫ କରିବା ପାଇଁ ଦାବୀ ରଖିଛି ବିଜେପି । ଦେଶର ବରିଷ୍ଠ ନାଗରିକ ଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବା ରାଜ୍ୟ ରାଜନୀତି ରେ ମଧ୍ୟ ନିନ୍ଦା ର ବିଷୟ ହୋଇ ପଡିଛି । ଏହାକୁ ନେଇ ଆଜି ରଣପୁର ରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରୀଙ୍କ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଅଖିଳ ଗିରି ଙ୍କ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମନ୍ତ୍ରୀ ଅଖିଳ ଗିରି ଙ୍କ କୁଶ ପୁତୁଳାରେ ନିଆଁ ଲଗାଇ ଘୋର ବିରୋଧ କରିଥିବା ଜଣାଯାଇଛି । ପରେ ରଣପୁର ଥାନା ରେ ଏକ ଏଫ୍ ଆଇ ଆର୍ ଦାଖଲ କରାଯାଇଛି । ରଣପୁର ଥାନା ଏସ୍ ଆଇ ବିନୟ ରଞ୍ଜନ ପରିଡ଼ା ଙ୍କ ସମେତ ଦୁର୍ଯ୍ୟଧନ ପଲେଇ ଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଦାଖଲ କରାଯାଇଥିଲା ।ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଙ୍କ ନେତୃତ୍ଵରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ଲକ୍ଷ୍ମୀପ୍ରିୟା ତରେଇ , ଚେୟାରମ୍ୟାନ୍ ନିର୍ମଳା ବେହେରା , ଯୁବ ନେତା ଅଭିଷେକ ସାମନ୍ତରାୟ , ତାପସ ରଞ୍ଜନ ମାର୍ଥା , ପୂର୍ବତନ ସରପଂଚ , ସୁନାଖଳା ବିଜେପି ପ୍ରତିନିଧି , ଯୁବ ସଙ୍ଗଠକ ବିମଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ରଣପୁର ବ୍ଲକ୍ ର ସମସ୍ତ ବିଜେପି କର୍ମୀ ମାନଙ୍କ ଉପସ୍ଥିତ ରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।


© 2023 Odisha Taza News.