ଓଡିଶା ତାଜା ନ୍ୟୁଜ (୦୧ ଜୁନ ୨୦୨୦ ସୋମବାର ) ନୟାଗଡ ଜିଲ୍ଲା :– ମହାମାରୀ କରୋନା ରୋଗରେ ବିଶ୍ଵ ବାସୀ କଲବଲ ହେଉଥିବା ବେଳେ ଏହାର ମୁକାବିଲା ପାଇଁ ଦେଶରେ ଲକଡାଉନ ପାଳନ କରାଯାଉଛି । ଲକଡାଉନ ଯୋଗୁଁ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଷ୍ଟୁଡ଼ିଓ କରିଥିବା ଫୋଟୋଗ୍ରାଫର ମାନେ ପ୍ରଭାବିତ ହୋଇଛନ୍ତି । ଷ୍ଟୁଡ଼ିଓ ବନ୍ଦ ରହିଥିବା ଯୋଗୁଁ ରୋଜଗାର ହରାଇ ଫଟୋଗ୍ରାଫର ମାନେ ନାହିଁ ନଥିବା ହୀନସ୍ଥା ଭୋଗ କରୁଛନ୍ତି । ପରିବାର ପ୍ରତିପୋଷଣ ରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନୟାଗଡ଼ ଜିଲ୍ଲାର 500 ରୁ ଉର୍ଦ୍ଧ୍ବ ଫୋଟୋଗ୍ରାଫର ସେମାନଙ୍କ ଷ୍ଟୁଡିଓ ବନ୍ଦ ହୋଇଯାଇଥିବାରୁ ହାତବାନ୍ଧି ବସିଛନ୍ତି ।
ଷ୍ଟୁଡ଼ିଓ ସାମଗ୍ରୀ କିଣିବାପାଇଁ ବିଭିନ୍ନ ଆର୍ଥିକ ସଂସ୍ଥାରୁ ଫଟୋଗ୍ରାଫର ମାନେ ଋଣ କରିଥିଲେ, ତାଙ୍କର ରୋଜଗାର ନଥିବାରୁ ଋଣ ର ମାସିକ କିସ୍ତି ସୁଝିପାରୁନାହାନ୍ତି । କେନ୍ଦ୍ର ସରକାର 3 ମାସ ପର୍ଯ୍ୟନ୍ତ ମାସିକ କିସ୍ତି ଆଦାୟ ନକରିବାକୁ ଘୋଷଣା କରିଥିଲେ ବି ଆର୍ଥିକ ସଂସ୍ଥାମାନେ ସେମାନଙ୍କ EMI ଆଦାୟ ଜାରୀ ରଖିଛନ୍ତି । ଫଳରେ ଫଟୋଗ୍ରାଫର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ସମୟରେ ବିବାହ,ବ୍ରତ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ର ଫଟୋ ଓ ଭିଡ଼ିଓ ସୁଟିଂ ଆଦି କରି 2ପଇସା ରୋଜଗାର କରୁଥିଲେ, ଏବେ କିନ୍ତୁ ଲକଡାଉନ ଯୋଗୁଁ କଟକଣା ହେତୁ ଜୀବନ ଜୀବିକା ସବୁ ବନ୍ଦ ହୋଇଯାଇଛି ।
ଏପରି ଦୁର୍ଦ୍ଧିନ ସମୟରେ ଫଟୋଗ୍ରାଫର ମାନଙ୍କୁ ସରକାରୀ କାମ ଯୋଗାଇବା, କଳାକାର ଭତ୍ତା ଦେବା, ରେସନ କାର୍ଡ ପ୍ରଦାନ କରିବା,ତାଙ୍କ ପିଲାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ରେ ପାଠ ପଢ଼ିବାକୁ ସୁଯୋଗ ଦେବା,ସମସ୍ତଙ୍କର ଜୀବନବୀମା କରିବା ଆଦି ଦାବୀ କରିଛନ୍ତି ନୟାଗଡ଼ ଫଟୋଗ୍ରାଫର ଆସୋସିଏସନ ର କର୍ମକର୍ତା ଶ୍ରୀ ନାରାୟଣ ବେହେରା, ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଶ୍ରୀ ଆଲୋକ ବସନ୍ତରା ପ୍ରମୁଖ । (ରିପୋର୍ଟ – ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com