No Result
View All Result
୧୨ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୁଲତା ଯୁବ ଶକ୍ତି ଓଡ଼ିଶାର ପ୍ରଥମ ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଡିସେମ୍ବର ୨୪ ତାରିଖ ଦିନ ମାଣ୍ଡେଲ ଗ୍ରାମଠାରେ ରାଜ୍ୟ ସ୍ତରୀୟ ଯୁବ ସମ୍ବିଳନୀ କରିବା ପାଇଁ ସ୍ଥିର କରାଗଲା । କୁଲତା ଯୁବ ଶକ୍ତି ଜୋନ ୧ ସଭାପତି ଶ୍ରୀଯୁକ୍ତ ଡୋଲାମଣି ପ୍ରଧାନଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ଯୁବ ସମ୍ମିଳନୀର ସଫଳ ଆୟୋଜନ ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ସର୍ବସମ୍ମତିକ୍ରମେ ମାଣ୍ଡେଲ ଗ୍ରାମର ଶ୍ରୀଯୁକ୍ତ କପିକେତନ ନାଏକଙ୍କୁ ଯୁବ ସମ୍ମିଳନୀର ସର୍ବବ୍ୟବସ୍ଥା ପ୍ରମୁଖ ଭାବରେ ମନୋନୀତ କରାଯାଇଥିଲା । ଏହି ବୈଠକରେ କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ, କୁଲତା ଯୁବ ଶକ୍ତି ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ, ସ୍ବାସ୍ଥ୍ଯ ସଂଯୋଜକ ମିଲନ କୁମାର ଭୋଇ, କଳାହାଣ୍ଡି ଜିଲ୍ଲା ସଂଯୋଜକ ମୋତିଲାଲ ସା, ପ୍ରଦ୍ୟୁମ୍ନ ନାଏକ, ଶରତ କୁମାର ଭୋଇ,ସନାତନ ବିଶ୍ବାଳ, ପ୍ରଦୀପ ପଧାନ, ସୁରେଶ ଚନ୍ଦ୍ର ନାଏକ, ନବକିଶୋର ନାଏକ ,ମିଲଟନ ବିଶ୍ବାଳ,ଦୁର୍ଗା ନାଏକ, ସୁମନ୍ତ ନାଏକ, ସାରଥି ନାଏକ, ଜରାସନ୍ଧ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result