ଓଡିଶା ତାଜା ନ୍ୟୁଜ (୦୧ ଜୁନ ୨୦୨୦ ସୋମବାର ) କୋରାଇ :– କୋରାଇ ବ୍ଲକ ଅନ୍ତର୍ଗତ ଜହ୍ନା ପଞ୍ଚାୟତ ଜହ୍ନାକଣା ଗ୍ରାମରେ ମନରେଗା କାର୍ଯ୍ୟରେ ଶ୍ରମିକଙ୍କୁ ଆଢ଼ୁଆଳରେ ରଖାଯାଉଛି । ଶ୍ରମିକ ବଦଳରେ ମେସିନ୍ଦ୍ୱାରା କାର୍ଯ୍ୟ କରାଯାଉଥିବା ନେଇ ଗ୍ରାମବାସୀ ବିଡିଓଙ୍କୁ ଅଭିଯୋଗ କରିଥିବା ଜଣାପଡ଼ିଛି । କରୋନା ସମୟରେ ଯେପରି କୌଣସି ଶ୍ରମିକ ପରିବାର ପ୍ରଭାବିତ ନହୁଅନ୍ତି ସେଥିପାଇଁ ପ୍ରଥମେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟ କରାଯିବାକୁ ଘୋଷଣା କରାଗଲା । ତୁରନ୍ତ କାର୍ଯ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଏଥିରେ ଜବକାର୍ଡ଼ଧାରୀ ଶ୍ରମିକଙ୍କୁ ନିୟୋଜିତ କରାଯାଇ ପାରିବ ତାହା ଉପରେ କଡ଼ା ତାଗିଦ୍ କରାଯାଇଛି । କିନ୍ତୁ କିଛି ପ୍ରଶାସନୀକ ଅଧିକାରୀଙ୍କ ଠିକଦାରପ୍ରୀତି ଯୋଗୁ ଏହି କାର୍ଯ୍ୟରେ ଠିକାଦାର କିପରି ମାଲେମାଲ ହେବ ସେଥିପାଇଁ ମେସିନ୍ ଦ୍ୱାରା କାର୍ଯ୍ୟ କରାଯାଇ ଶ୍ରମିକଙ୍କୁ ପେଟକୁ ଲାତ ମରାଯାଉଥିବା ଅଭିଯୋଗ ହେଉଛି । ପୂର୍ବରୁ ଅନ୍ୟ କେତେକ ସ୍ଥାନରେ ରାତି ଅଧିଆ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଥିବାର ଅଭିଯୋଗ କରାଯାଉଥିଲା ।
ଏବେ ଜହ୍ନା ପଞ୍ଚାୟତ ଜହ୍ନାକଣା ଗ୍ରାମରେ ରାତି ଅଧିଆ ମେସିନ୍ ସାହାଯ୍ୟରେ ମାଟି ଖନନ କରାଯାଇଛି । ଜହ୍ନାକଣା ଗ୍ରାମରେ ମହତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ଖେଳ ପଡ଼ିଆ ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି କାର୍ଯ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚର୍ତୃଭୁଜ ସାହୁଙ୍କ ନାମରେ ରହିଛି । ସେହିପରି ଜହ୍ନାକଣା ଗ୍ରାମରେ ହଳୁଆ ପୋଖରୀ ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ପୋଖରୀରୁ ଗତକାଲି(ରବିବାର) ରାତିରେ ମେସିନ୍ଦ୍ୱାରା ମାଟି ଖନନ କରାଯାଇ ଏହି ଖେଳ ପଡ଼ିଆରେ ପକାଯିବା ସହିତ କିଛି ମାଟିକୁ ଜଣେ ଲୋକଙ୍କ ବ୍ୟକ୍ତିଗତ ଜାଗାରେ ପକାଯାଉଛି । ଏହା
କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଏହାର ତଦନ୍ତ ପାଇଁ ବିଡିଓଙ୍କୁ ଅଭିଯୋଗ କରିଥିଲେ । ଏସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ସ୍ନିଗ୍ଧା ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଜହ୍ନାକଣା ଗ୍ରାମରେ ମନରେଗାରେ କୌଣିସ କାର୍ଯ୍ୟ କରାଯିବା ପାଇଁ କାର୍ଯ୍ୟାଦେଶ ଦିଆଯାଇ ନାହିଁ କି କୌଣସି କାର୍ଯ୍ୟ ହାତକୁ ନିଆଯାଇ ନାହିଁ କିମ୍ବା ମଷ୍ଟରରୋଲ ଖୋଲାଯାଇ ନାହିଁ । ଆଜି କିଛି ଲୋକେ ଏଭଳି ଏକ ଅଭିଯୋଗ ନେଇ ବ୍ଲକକୁ ଆସିଥିଲେ । ହେଲେ ଜହ୍ନାକଣା ଗ୍ରାମରେ ମନରେଗା କାର୍ଯ୍ୟ ପାଇଁ କୌଣସି ସରକାରୀ ନିର୍ଦ୍ଦେଶନାମା ନାହିଁ ବୋଲି କନିଷ୍ଠଯନ୍ତ୍ରୀ ପତିକ୍ରିୟାରେ କହିଛନ୍ତି । (ରିପୋର୍ଟ – ରଶ୍ମିରେଖା ମଲ୍ଲିକଙ୍କ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com