୧୧ ନଭେମ୍ବର ଶୁକ୍ରବାର ( ଓଡ଼ିଶା ତାଜାନ୍ୟୁଜ) ରାୟଗଡ :- ରାୟଗଡ ବ୍ଲକ ଅନ୍ତର୍ଗତ କରଡ଼ାସିଂ ୟୁପି ସ୍କୁଲ ଠାରେ ଓଡିଶା ସରକାରଙ୍କ ମିଲେଟ ମିଶନ ଯୋଜନାର ନେତୃତ୍ୱରେ SWWS ଅନୁଷ୍ଠାନ ସହଯୋଗରେ ମାଣ୍ଡିଆ ଦିବସ (ମିଲଟ ଦିବସ)ଅବସରରେ ଫୁଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ ABEO ଧନେଶ୍ଵର କହଁର, ବ୍ଲକ କୃଷି ଅଧିକାରୀ କିର୍ତିମାନ ଗାଗାରାଇ,ପ୍ରଧାନ ଶିକ୍ଷକ ଦିବାକର ପାଲାକା ପ୍ରମୁଖ ଉପସ୍ଥିତ ଥିଲେ। ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାରର ପୃଷ୍ଟିକର ଖାଦ୍ୟ ଯଥା ଲଡୁ , ପିଠା, କ୍ଷୀରି, ସୁପୁଲୁ ଇତ୍ୟାଦି ଖାଦ୍ୟ ଗୁଡ଼ିକୁ ଛାତ୍ର ଛାତ୍ରୀ ମାନଙ୍କୁ ବଣ୍ଟା ଯାଇଥିଲା।
ଏହି ପ୍ରକାର ପୃଷ୍ଟିକର ଶସ୍ୟକୁ ଆମ ଖାଦ୍ୟ ଅଭ୍ୟାସରେ ସାମିଲ କରି ଖାଦ୍ୟ ବ୍ୟବସ୍ଥାରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ଏବଂ ସୁସ୍ଥ ସମାଜ ଓ ସମୃଦ୍ଧ ଧରଣୀ ଗଠନରେ ସହାୟକ ହେବା ସହ ଏହି ପ୍ରକାର ଖାଦ୍ୟ ଖାଇବା ଦ୍ଵାରା ପିଲା ଓ ବୟସ୍କ ଲୋକଙ୍କର ସ୍ଵାସ୍ଥ୍ୟ ଭଲ ରହିବା ସକାଶେ ଏହି ଖାଦ୍ୟ ଖାଇବା ଦରକାର ବୋଲି ବ୍ଲକ କୃଷି ଅଧିକାରୀ ଶ୍ରୀ ଗାଗାରାଇ ଓ ABEO ଶ୍ରୀ କହଁର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ SWWS ଅନୁଷ୍ଠାନ ର ଅମନ୍ ଶବର ପରିଚାଳନା କରିଥିଲେ।
















