୧୧ ନଭେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- କିଛି ବର୍ଷର ନିରବତା ପରେ ବୈପାରିଗୁଡା ବ୍ଲକରେ ପୁଣି ଥରେ ମାଓବାଦୀ ସକ୍ରିୟ ହୋଇ ଉଠିବା ସହିତ ଓଡିଶା-ଛତିଶଗଡ ସୀମାନ୍ତ ବୈପାରିଗୁଡା ବ୍ଲକର ରାମଗିରି ଗୁପ୍ତେଶ୍ୱର ଯିବା ରାସ୍ତାର ବଦଲିପାହାଡ ଓ କୁମ୍ଭିଖାରୀ ଅଂଚଳର ଜଙ୍ଗଲରେ ଗୁରୁବାର ଦିନ ରାତ୍ରି ସମୟରେ ବିଏସ୍ଏଫ୍ ଓ ଏସ୍ଓଜି ଯବାନ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ବିଏସଏଫ୍ ଯବାନ ଓ ଏସ୍ଓଜି ଯବାନ କୁ ଦେଖି ମାଓବାଦୀଙ୍କ ପକ୍ଷରୁ ଗୁଳି ବିନିମୟ ହେବା ଫଳ ରେ ଘଟଣାସ୍ଥଳରେ ଦୁଇ ଜଣ ମାଓବାଦୀ ମୃତ୍ୟୃବରଣ କରିଥିବା ବେଳେ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଛନ୍ତି ବୋଲି କୋରାପୁଟ ସ୍ଥିତ ଏସପି ଙ୍କ କାର୍ଯ୍ୟାଳୟ ପରିସର ଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିି ଦକ୍ଷିଣ ପଶ୍ଚିମଂଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ପ୍ରଦାନ କରିଛନ୍ତି । ଏହା ପରେ ଯବାନଙ୍କ ତରଫରୁ ସେହି ଅଂଚଳରେ ସର୍ଚ୍ଚ ଅପରେଶନ କରାଯାଇ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ମାଓସାମଗ୍ରୀ ଜବତ କରାଯାଇଛି । ବଦଲିପାହାଡ ଓ କୁମ୍ଭିଖାରୀ ଅଂଚଳର ଜଙ୍ଗଲରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀ ମାନେ ହଠାତ ଗୁଳିଚାଳନା କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯିବା ସହ ଗୁଳି ଚାଳନା କରାଯାଇଥିଲା । ୧୫ ରୁ ୨୦ ମିନିଟ ଧରି ଗୁଳି ବିନିମୟ ଚାଲିବା ପରେ ମାଓବାଦୀମାନେ ଘଂଚ ଜଙ୍ଗଲର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ଜୀବନ୍ତ ଗୁଳି, ୩ ଟି ବନ୍ଧୁକ, ତାର ସହିତ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ କରିଛନ୍ତି । ସୂଚନାଯୋଗ୍ୟ ଯେ ବୈପାରିଗୁଡା ଥାନା ଅଂଚଳର ବିଭିନ୍ନ ସ୍ଥାନରେ କିଛି ମାସ ହେବ ମାଓବାଦୀ ମାନେ ତାଣ୍ଡବ ଖେଳାଇଛନ୍ତି ।ଗତ କିଛି ମାସ ତଳେ ବୈପାରିଗୁଡା ବ୍ଲକର ଦଣ୍ଡାବାଡି, ଚିପାକୁର, ହଳଦୀକୁଣ୍ଡ ଓ ରାମଗିରି ଅଂଚଳର ଅନେକ ସ୍ଥାନର ଗଛମୂଳ, ରାସ୍ତାକଡ ସହିତ ଜଙ୍ଗଲ ଭିତରେ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଟିଫ୍ନ ବୋମା ଖଞ୍ଜି ଥିବା ବେଳେ ତାହାକୁ ସ୍ଥାନୀୟ ୧୫୧ ବିଏନ ବିଏସ୍ଏଫ୍ ଯବାନ ନିଷ୍ଲ୍ରିୟ କରିଥିବାର ନଜର ରହିଛି । ଗୁଇନ୍ଧା ସୂତ୍ରରୁ ସୂଚନା ପାଇଁ ଏହି ସ୍ଥାନକୁ ସର୍ଚ୍ଚ ଅପରେଶନରେ ଯାଇଥିଲେ ଏସ୍ଓଜି ଯବାନ । ଶୁଣିବାକୁ ମିଳୁଛି ଯେ ମାଓବାଦୀ ମାନେ ଏହି ଜଙ୍ଗଲ ମଧ୍ୟରେ କ୍ୟାମ୍ପ କରି ରହିଥିଲେ ଏବଂ ଯବାନଙ୍କୁ ଦେଖି ମାଓବାଦୀ ଓ ଏସ୍ଓଜି ମୁହିାଁମୁହିଁ ହେବା ଫଳରେ ଗୁଳି ବିନିମୟ ହୋଇଥିଲା ଏବଂ ଏହି ଘଟଣାରେ ଦୁଇ କ୍ୟାଡର ମାଓବାଦୀ ନିହତ ହୋଇଥିବା କୁହାଯାଉଛି ।