No Result
View All Result
୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ସାହିତ୍ୟ ଓ ସଂସ୍କୃତିର ଉତଥାନ ଓ ମାନବିକତାର ସମ୍ମାନର ମନ୍ତ୍ର ନେଇ ପ୍ରତିଷ୍ଠା କରାଯାଇଥିବା, ସମ୍ପୂର୍ଣ୍ଣ ଅରାଜନୈତିକ ସଂଗଠନ, ‘ମାଲକାନଗିରି ବେଙ୍ଗଲୀ ସମାଜ’ର ଷଷ୍ଠ ତମ ପ୍ରତିଷ୍ଠା ଦିବସ ଓ ୫ମ ବାର୍ଷିକ ସାଧାରଣ ସଭା ପୋଟେରୁ ସ୍ଥିତ ଶ୍ରୀ ଶ୍ରୀ ହରି ମନ୍ଦିର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ହିସାବରେ ‘ନିଖିଳ ଭାରତ ବେଙ୍ଗଲୀ ସମନ୍ୱୟ ସମିତି’ ର ସର୍ବ ଭାରତୀୟ ସଭାପତି ଡ଼ଃ ସୁବୋଧ ବିଶ୍ୱାସ , ମାଲକାନଗିରି ବେଙ୍ଗଲୀ ସମାଜର ସଭାପତି ଶ୍ରୀ ଗୈାରାଙ୍ଗ କର୍ମକାର, ସମ୍ପାଦକ ନୀହାର ରାୟ,
ସଂଗଠନର ଉପଦେଷ୍ଟା ପ୍ରାକ୍ତନ ବିଧାୟକ ଶ୍ରୀ ନିମାଇଁ ସରକାର, ଜିଲ୍ଲା ଉପଦେଷ୍ଟା ଶ୍ରୀ ତପନ କୁମାର ସାନା, ସଂଗଠକ ସ୍ବପନ କୀର୍ତ୍ତନିୟା, ପ୍ରବକ୍ତା ସୁନିଲ ବିଶ୍ୱାସ,କୋର କମିଟି ସଦସ୍ୟ କମଲେଶ ରାୟ, ଉତ୍ତମ ଓଝା, ପ୍ରହ୍ଲାଦ ବାସୁ, ସଞ୍ଜୟ ସରକାର ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଏଠାରେ ବସବାସ କରୁଥିବା ବଙ୍ଗାଳୀ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ଓଡ଼ିଆ ସହିତ ମାତୃଭାଷା ବଙ୍ଗଳା ର ପ୍ରଚଳନ ଏବଂ ପୁନରୁଦ୍ଧାର, ବର୍ତ୍ତମାନ ପର୍ଯ୍ୟନ୍ତ ଏମ, ଭି ଓ ଏମ ପି ଭି ଗ୍ରାମ ହିସାବରେ ପରିଚିତ ପ୍ରତ୍ୟେକ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା,
ଭୂମିହୀନ ପରିବାର ମାନଙ୍କୁ ଅତି କମରେ ୪ ସେଣ୍ଟ ଜାଗା ଯୋଗେଇ ଦେବା,ସମସ୍ତ ପ୍ରକାର ରାଜନୀତି ଓ ସାମ୍ପ୍ରଦାୟିକ ସଂଘାତ ରୁ ଦୂରତ୍ବ ରକ୍ଷା କରିବା ଏବଂ ସର୍ବଶେଷରେ ମାଲକାନଗିରି ର ଆଦିବାସୀ ଭାଇ ତଥା ଅନ୍ୟାନ୍ୟ ସବୁ ସମ୍ପ୍ରଦାୟର ଲୋକମାନଙ୍କ ସହିତ ସହଯୋଗ ଓ ସମନ୍ବୟ ରକ୍ଷା କରି, ମାଲକାନଗିରି ଜିଲ୍ଲାକୁ ଉନ୍ନତି ର ଚରମ ସୋପାନରେ ପହଞ୍ଚାଇବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। କୋର କମିଟି ର ମୁଖ୍ୟ ଡଃ ଗୋପାଳ ଚନ୍ଦ୍ର ବିଶ୍ୱାସ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବିଭିନ୍ନ ବଙ୍ଗାଳୀ ଗ୍ରାମର ବହୁ ସଂଖ୍ୟକ ଜନତା ଯୋଗଦାନ କରିଥିଲେ ।


No Result
View All Result