ଓଡିଶା ତାଜା ନ୍ୟୁଜ (୦୧ ଜୁନ ୨୦୨୦ ସୋମବାର ) ନୟାଗଡ ଜିଲ୍ଲାପାଳ :– ଲକ ଡାଉନ 4-0 ପରଜ୍ୟାୟ ଶେଷ ହେବା ପରେ କରୋନାରୁ ସୁରକ୍ଷ୍ୟା ପାଇଁ ଜାରି ହେଇଥିବା ନୂତନ ନିର୍ଦ୍ଧେଶନାମା କାର୍ଯ୍ୟକାରୀର ବାସ୍ତବିକ ଚିତ୍ର କିଭଳି ରହିଛି ନିଜେ ଏହାକୁ ପରୀକ୍ଷା କରିବାପାଇଁ ସହରସାରା ନିଜେ ଜିଲ୍ଲାପାଳ ଡା. ପୋମା ଟୁଡୁ ସଦଳବଳେ ଠିକ 8ଘ. 37ମି. ରୁ ଆରମ୍ଭ କଲେ ପରିଦର୍ଶନ । ଏହିକ୍ରମରେ ନୟାଗଡ ଛକରୁ ଓଡଗାଁ ଛକ ଦେଇ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାସ୍ତାରେ ଯାଉ ଥିବା ବେଳେ କିଛି ଦୋକାନ ଖୋଲିଥିବା ନେଇ ଦେଖି ଅତ୍ୟନ୍ତ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ଦୋକାନ ବନ୍ଦ କରିବାକୁ ଖୋଦ ଜିଲ୍ଲାପାଳ ନିର୍ଦେଶ ଦେଉଥିବା ଦେଖା ଯାଇଛି । ଏପିରିକି ପାଖରେ ଥିବା ପୋଲିସ ବାହିନୀ ତୁରନ୍ତ ବନ୍ଦ କରିବାପାଇଁ ପହଂଚୁଥିବା ଦେଖା ଯାଇଛି । ଏପରିକି ଏଣିକି ସନ୍ଧ୍ୟା 7 ଟା ପରେ ବିନା କାରଣରେ ବାହାରେ ବୁଲୁଥିବା ଏବଂ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ରହିଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଥିବା ଦେଖା ଯାଇଛି ।
ତେବେ ନୂତନ ନିୟମ ଅନୁଯାୟୀ ସନ୍ଧ୍ୟା 7 ଘ. ପରେ କର୍ଫ୍ୟୁ ବଳବତ୍ତର ରହିଥିବାବେଳେ କିଛି ବ୍ୟବସାୟୀ ସନ୍ଧ୍ୟା 7 ଘ. ପରେ ପ୍ରାୟ ଦେଢ଼ ଘଣ୍ଟା ପାଖାପାଖି ପରେ ଅର୍ଥାତ 8 ଘ. 30 ମି. ପରେ ମଧ୍ୟ ଦୋକାନ ଖୋଲି ବ୍ୟବସାୟ କରୁଥିବା ଖୋଦ ଜିଲ୍ଲାପାଳ ନିଜେ ଅନୁସନ୍ଧାନ କରି ଜାଣିପାରି ଆଇନ ଖିଲାପକାରୀଙ୍କୁ ଏଭଳି ଚେତାବନୀ ଦେବାକୁ ଏଠାକାର ବୁଦ୍ଧିଜୀବୀ ମହଲରେ ଜିଲ୍ଲାପ୍ରଶାସନ ପ୍ରତି ପ୍ରଂଶସା ପ୍ରକାଶ ପାଇଛି । ଏହି ସମୟରେ ଜିଲ୍ଲାପାଳ ଙ୍କ ସହ ଡି. ଏଫ. ଓ ଙ୍କ ସମେତ ଅନ୍ୟାନ ପୋଲିସ ଅଧିକାରୀ ଙ୍କ ସମେତ ଟାଉନ ଥାନା ଆଇ. ଆଇ.ସି ଜୟଦ୍ବୀପ ମହାନ୍ତି ପ୍ରମୁଖ ସାମିଲ ଥିବା ଦେଖାଯାଇଛି । ମିଳିଥିବା ସୂଚନାନୁଯାଇ ନୟାଗଡ ବ୍ଲକ ଅନ୍ତରଗତ ବାଲୁଗାଁ ନିକଟ ବର୍ତ୍ତୀ ଖେଡାପଡାରୁ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବାରୁ ପ୍ରଶାସନ ଆହୁରି ତତ୍ପର ହୋଇ ଉଠିଛି । ଉକ୍ତ ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି (ରିପୋର୍ଟ – ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com