ଓଡିଶା ତାଜା ନ୍ୟୁଜ (୦୧ ଜୁନ ୨୦୨୦ ସୋମବାର ) ରାଜ ସୁନାଖଳା :– ରାଜ ସୁନାଖଳା ମହୋତ୍ସବ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଙ୍କ ପିତା ତଥା ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ସ୍ବର୍ଗତ ରବୀନ୍ଦ୍ର କୁମାର ପ୍ରଧାନ ଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଶୋକସଭା ଅନୁଷ୍ଠିତ ହୋଇଛି । ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ଶୋକସଭାରେ କମିଟି ର ସମସ୍ତ ସଦସ୍ୟ ,ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ,ରାଜ ସୁନାଖଳା ଜୋନ ର ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ସାମାଜିକ ଦୂରତା ରକ୍ଷା କରି ସମସ୍ତ ସଦସ୍ୟ 2 ମିନିଟ ପାଇଁ ନିରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସ୍ବର୍ଗତ ରବୀନ୍ଦ୍ର ପ୍ରଧାନ ଜଣେ ନିରହଂକାରୀ,ମିଷ୍ଟଭାଷୀ,ସରଳ ସ୍ଵଭାବ ତଥା ବନ୍ଧୁବସ୍ଛଳ ବ୍ୟକ୍ତି ଥିଲେ । ଗତ ରବିବାର ସନ୍ଦ୍ୟାରେ ସ୍ବର୍ଗତ ପ୍ରଧାନ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା ।
ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ,ବରିଷ୍ଠ ନାଗରିକ ମଞ୍ଚ ର ଆବାହକ ମଦନ ମୋହନ ସାହୁ ,ଫୁଲଦୋଳ କମିଟି ର ସଭାପତି ସତ୍ୟ ନାରାୟଣ ମହାପାତ୍ର ,ଶିକ୍ଷାବିତ ପ୍ରଦୀପ କୁମାର ରଣା, ପ୍ରିନ୍ସ ଫାଉଣ୍ଡେସନ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଦୀପ ସାହୁ, କମିଟି ର ବରିଷ୍ଠ ସଭ୍ୟ ଅଶୋକ କୁମାର ପଟ ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ । ତେବେ ଆସନ୍ତା ୧୦ ତାରିଖ ବୁଧବାର ଦିନ ସ୍ବର୍ଗତ ଶ୍ରୀ ପ୍ରଧାନଙ୍କ ଏକାଦଶାହ ଅବସରରେ ମହୋତ୍ସବ କମିଟି ପକ୍ଷରୁ ଏକ ସ୍ମୃତିଚାରଣ ସଭାର ଆୟୋଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । (ରିପୋର୍ଟ – ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com