No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୮ ନଭେମ୍ବର ମଙ୍ଗଳବାର )ଜଟଣୀ :- ଆଜି ନାଇଜରର ପଠାଣି ସାମନ୍ତ ଅଡିଟୋରିୟମରେ ୟୁରୋପିଆନ ମଲେ କୁଲାର ବାଇୟୋଲୋଜି ସମ୍ମିଳନୀ “ଏମ୍ୱୋ” ଉଦଘାଟିତ ହୋଇଯାଇଛି। ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାପାନର ବୈଜ୍ଞାନିକ ପ୍ରଫେସର ମିଶୁୟାସୁ ହାସବେ କହିଥିଲେ ଯେ ଜୈବ ବିଜ୍ଞାନ କ୍ଷେତ୍ରରେ ବିଶେଷ କରି ଉଦ୍ଭିଦ ବିଜ୍ଞାନରେ ଭାରତର ଗବେଷଣା ଆଗରେ ଅଛି। ଉଦ୍ଭିଦ ବିଜ୍ଞାନ ଗବେଷଣାର ଉନ୍ନତି ପ୍ରକାରନ୍ତେରେ ସାଧାରଣ ଜନତା,କୃଷକ ଏବଂ ରୋଗୀ ମାନଙ୍କ ଉପରେ ସୁଫଳ ପ୍ରଭାବ ପକାଇ ଆସୁଛି ଏବଂ ଆଗକୁ ମଧ୍ୟ ଆହୁରି ପକାଇବ।
ଏହି ଏମ୍ୱୋ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ସଭାପତିତ୍ବ କରି ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା କହିଥିଲେ ଯେ ଏହି ଆନ୍ତର୍ଜାତିକ ସମ୍ମିଳନୀରେ ୪୫୦ରୁ ଉର୍ଦ୍ଧ ଗବେଷକ,ବୈଜ୍ଞାନିକ ମାନେ ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ରେ ଯୋଗଦେଇ ସେମାନଙ୍କ ଗବେଣାର ଉପଲବ୍ଧି ଉପରେ ଚର୍ଚ୍ଚା କରିବେ। ଯାହାର ସୁଫଳ ଭାରତ ତଥା ଓଡ଼ିଶାର ଗବେଷକ ଛାତ୍ର,ଛାତ୍ରୀ ଏବଂ ପ୍ରଫେସର୍ ମାନେ ଉଠାଇ ପାରିବେ। ଏହି ସଭାରେ ନାଇଜରର ଜୈବ ବିଜ୍ଞାନ ମୂଖ୍ୟ ଡଃ ପଙ୍କଜ ଆଲୋନେ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଷ୍ଟ୍ରିଆର ଲିମା ଚଡାଲାନ, ସହ ଆୟୋଜକ ଜର୍ମାନିର ପ୍ରଫେସର୍ ଫେଡ୍ରିକ ବର୍ଜର,ଡଃ ଚନ୍ଦନ ଗୋସ୍ୱାମୀ ଏମ୍ୱୋ ସମ୍ମିଳନୀର ଆଭିମୁଖ୍ୟ,ବିଶେଷତ୍ତ୍ୱ ଓ ଫଳାଫଳର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀର ପ୍ରାଧାନ୍ୟକୁ ବର୍ଣ୍ଣନା କରିବାକୁ ଯାଇ ନାଇଜରର କୂଳ ସଚିବ ଡ଼ଃ ଅଭୟ କୁମାର ନାୟକ କହିଥିଲେ ଯେ ଆନ୍ତର୍ଜାତୀୟ ସ୍ତରରେ ଏହି ସମ୍ମିଳନୀ ୧୯୯୮ ମସିହାରେ ପଶ୍ଚିମ ଭାରତର ମୁମ୍ବାଇରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଥିଲା।
୨୪ବର୍ଷ ପରେ ପୁନଶ୍ଚ ଭାରତରେ ଅନୁଷ୍ଠିତ ହେଲା ପୂର୍ବ ଭାରତରେ ଓଡ଼ିଶାର ନାଇଜର ଠାରେ।ଯାହା ନାଇଜରକୁ ବିଶ୍ଵ ସ୍ତରରେ ଏକ ସ୍ଵତନ୍ତ୍ର ପରିଚୟ ଦେବ। ଏହି ଗବେଷଣାର ସୁଫଳ ଓଡ଼ିଶାର ଛାତ୍ର,ଛାତ୍ରୀ ତଥା ଗବେଷକ ଅବଶ୍ୟ ପ୍ରାପ୍ତ ହେବେ ଏବଂ ଆଗକୁ ନୂଆ ନୂଆ ଗବେସଣା କରି ପୃଥିବୀର ଅନ୍ୟ ଦେଶରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉପସ୍ଥାପିତ କରିବେ। ଏହି ସମ୍ମିଳନୀରେ ଭାଗ ନେଇଥିବା ଅତିଥି,ବୈଜ୍ଞାନିକ, ଗବେଷକ, ଆୟୋଜକ ତଥା ନାଇଜର ପ୍ରଶାସନକୁ ଆୟୋଜକ ଡଃ କିଶୋର ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
No Result
View All Result