No Result
View All Result

ଓଡ଼ିଶା ତାଜା ନ୍ୟୁଜ (୦୮ ନଭେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଓଡିଶା ସରକାରଙ୍କ ଓଡିଶା ମିଲେଟ ପ୍ରୋଜେକ୍ଟର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ତଥା ମାଣ୍ଡିଆ ଓ ମାଣ୍ଡିଆ ଜାତୀୟ ଶସ୍ୟ ଉତ୍ପାଦନ, ବଜାରୀକରଣ, ସ୍ଥାନୀୟ ମହିଳାଙ୍କୁ ନେଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରଣ ସହିତ ଦୈନିକ ଖାଦ୍ୟ ସାରଣୀରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଚଳିତ ମାସ ୧୦ତାରିଖରେ ପାଳିତ ହେବାକୁ ଯାଉଛି ମାଣ୍ଡିଆ ଦିବସ l ଏହାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଗଜପତି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ କୃଷିବିଭାଗର ସହଯୋଗୀ ଅନୁଷ୍ଠାନ ସହଯୋଗରରେ ଚଳିତମାସ ୭ତା ରିଖ ଠାରୁ ୧୦ ତାରିଖ ପଯ୍ୟନ୍ତ ମାଣ୍ଡିଆ ଦିବସ ପାଳନ ପାଇଁ ସଚେତନ ରଥ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଲୋକଙ୍କୁ ଜଣାଇବା ନିମନ୍ତେ ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ର ନୂଆଗଡ ଓ ଆର. ଉଦୟଗିରି ବ୍ଲକର ଆର ଉଦୟଗିରି ଠାରେ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୁରକ୍ଷା” ଅନୁଷ୍ଠାନ ତରଫରୁ ଏହି ରଥ ର ଶୁଭାରମ୍ଭ କରାଯାଇଛି l
ଏହି ଅବସରରେ ଆର. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖରସର୍, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ , ସୁରେନ୍ଦ୍ର କୁମାର ସାହୁ,ଗ୍ରାମ ପଂଚାୟତ ଅଫିସର , ଶଶାଙ୍କ ଶେଖର ସୁବୁଦ୍ଧି,ଆତ୍ମାଅଧକ୍ଷ ,ଭୀମପାଇକ,ସହକାରୀ ବ୍ଲକକୃଷି ଅଧିକାରୀ ବିଷ୍ଣୁପ୍ରିୟା ଗୌଡ଼ ଉପସ୍ଥିତ ରେ ମାଣ୍ଡିଆ ରଥ ର ଶୁଭ ଉଦଘାଟନ ହୋଇଯାଇଛି l କାର୍ଯ୍ୟକ୍ରମକୁ ଆର. ଉଦୟଗିରି ବ୍ଲକ ର ସୁରକ୍ଷା ସଂଗଠନର ବ୍ଲକ ସଂଯୋଜକ ଶ୍ରୀ ଘନାଶ୍ୟାମ ଜେନା ଆୟୋଜନ କରିଥିଲେ ଓ ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ରଂଜିତ କୁମାର ଦାସ, ମା କୁରେଇସୁଣୀ ପ୍ରଡୁସର କମ୍ପାନୀ ର ଲଜ୍ୟାନିର୍ବାହୀ ଆସିକାରୀ ପଣ୍ଡିତ କୁମାର ପାଣିଗ୍ରାହୀ ଓ ସମସ୍ତ ସହଯୋଗ କରିଥିଲେ l

No Result
View All Result