
ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି।ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,
କୃଷି ଅଧିକାରୀ ପୂଜା କହଁର ଙ୍କ ସମେତ କୃଷି କର୍ମଚାରୀ ଙ୍କ ଉପସ୍ଥିତିରେ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି।ମାଣ୍ଡିଆ ଦିବସ ଉପଲକ୍ଷେ ଏକ କୃଷି ରଥ କୃଷି କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲା।















