No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ବରଗଡ଼ :- ବରଗଡ଼ ଫାଇଟର୍ସ ଗ୍ରୁପ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ,ଓରମାସ ଓ ବିକାଶ ଡିଗ୍ରୀ ଏବଂ ନର୍ସି° କଲେଜ ଛାତ୍ରୀ ମାନଙ୍କୁ ନେଇ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଇଥିଲା । ପ୍ରାରମ୍ଭ ରେ ସମସ୍ତ ଅନୁଷ୍ଠାନ ର କର୍ମକର୍ତ୍ତା, ସଦସ୍ୟ, ଛାତ୍ରୀ ମାନେ ଏକ ରାଲିରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡିୟମ ରୁ ବାହାରି ସହର ପରିକ୍ରମା କରିଥିଲେ । ପରେ ମହିଳା କଲେଜ ସମ୍ମୁଖରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ର ନିର୍ଦ୍ଦେଶକ ଡି ନାଗେଶ୍ଵର, ଡଃ ସମରେନ୍ଦ୍ର ପଣ୍ଡା,ରାଜ ଗୋପଲ ଦାସ, ଅର୍ଜୁନ ସେଠ,ପ୍ରତାପ ଦାସ, ଅରୁଣ କୁମାର ରଥ, ମହିଳା କଲେଜ ଅଧ୍ୟକ୍ଷ ଦଧିବାମନ ଦାସ, ଜୟଶ୍ରୀ ପଣ୍ଡା ପ୍ରମୁଖ କର୍କଟ ରୋଗ ସଂପର୍କ ରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ବିକାଶ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।
No Result
View All Result