No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ନଭେମ୍ବର ରବିବାର ) ବୈପାରିଗୁଡା :- ରାଜ୍ୟସ୍ତରରେ ପ୍ରସିଦ୍ଧ ଲାଭ କରିଥିବା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପରବ ଚଳିତ ବର୍ଷ ବୈପାରିଗୁଡା ବ୍ଲକ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମପୀଠ ତେନ୍ତୁଳିଗୁମ୍ମା ଠାରେ ଶୁଭାରମ୍ଭ ହେବାକୁ ଥିବାରୁ ଆଜି ବୈପାରିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ଅନୁଷ୍ଟିତ ହୋଇଯାଇଛି । ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା, କୋରାପୁଟ ଶ୍ରୀ ବିଧାୟକ ରଘୁରାମ ପଡାଲ, ବିଜେଡି ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ଜିଲ୍ଲାପରିଷଦ ମଣି ଜାନୀ ଓ ରାଜେଶ୍ୱର ମହୁରିଆ ପ୍ରମୁଖ ମଂଚାସିନ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ ସଭା ପରିଚାଳନା କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ବ୍ଲକର ସମସ୍ତ ପଂଚାୟତର ସରପଂଚ, ସମିତିସଭ୍ୟ, ପିଇଓ, ବ୍ଲକ କର୍ମଚାରୀ, ସମସ୍ତ ବିଭାଗର ଅଧିକାରୀଙ୍କ ସହି ବୈପାରିଗୁଡା ଅଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଆଦିବାସୀ ସଂଘର ଲୋକ ମାନେ ଯୋଗଦାନ କରିଥିଲେ ।
ତେବେ କରୋନା ମହାମାରୀ ଯୋଗୁଁ ତିନିବର୍ଷ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ପରବ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତବର୍ଷ ପରବ-୨୦୨୨ ପାଳନ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହେବା ପରେ ଏବେ ପ୍ରତ୍ୟେକ ଗାଁ ଗହଳିରେ ଖୁସିର ଲହରୀ ଖେଳିଯାଇଛି । ଏହି ପରବ ମାଧ୍ୟମରେ ଆଦିବାସୀ ମାନେ ସେମାନଙ୍କ ଲୁକାୟତ ପ୍ରଭିଭାକୁ ଲୋକଲୋଚନକୁ ଆଣିବା ସହିତ ରାଜ୍ୟବାହାକୁ ମଧ୍ୟ ଯାଉଥିବାରୁ ପରବ ପାଳନ କାର୍ଯ୍ୟକ୍ରମ ପ୍ରତିବର୍ଷ କୋରାପୁଟ ଜିଲ୍ଲାରେ ଏହି ପରବ ପାଳନ କରିବା ସହ ପ୍ରତ୍ୟେକ ବ୍ଲକରେ ମଧ୍ୟ ଅନୁଷ୍ଟିତ ହେଉଛି । ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳିତ ହୋବକୁ ରହିଥିବାରୁ ଏହାକୁ ସହିଦ ପୀଠ ତଥା ସହିଦ ବୀର ଲକ୍ଷ୍ମଣ ନାୟକଙ୍କ ଜନ୍ମପୀଠ ତେନ୍ତୁଳିଗୁମ୍ମା ଠାରେ ୧୭ ତାରିଖ ଦିନ ଶୁଭାରମ୍ଭ କରାଯିବା ନେଇ ଆଜି ସ୍ଥିର କରାଯିବା ସହ ପରର୍ବତିୀ ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଂଚାୟତ ସ୍ତରରେ ପାଳନ କରାଯିବା ନେଇ ସ୍ଥିର କରାଯାଇଛି

No Result
View All Result