No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ନଭେମ୍ବର ରବିବାର ) ବୈପାରିଗୁଡା :- ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ମନରୁ ଦୁର୍ନୀତି ଭଳି ବିଷୟକୁ ଦୂର କରିବା ସହ ଦେଶକୁ ଦୁର୍ନୀତି ମୁକ୍ତ କରିବା ପାଇ ଛାତ୍ରଛାତ୍ରୀଙ୍କ ଗହଣରେ ଗୋଟିଏ ଦିନ କାଟି ଦୁର୍ନୀତି ହଟାଇବା ନେଇ ଏକ ନୂତନ ଧରଣରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରିଛନ୍ତି ସ୍ଥାନୀୟ ୧୫୧ ବିଏନ ବିଏସ୍ଏଫ ଯବାନ । ଏହି ଅବସରରେ ବୈପାରିଗୁଡା ୧୫୧ ବିଏନ ବିଏସଏଫ ଯବାନର ମୁଖ୍ୟ କମାଣ୍ଡଣ୍ଟ ଶ୍ରୀ ଅଜୟ କୁମାରଙ୍କ ନେତୃତ୍ୱରେ ବିଏସ୍ଏଫ୍ ଯବାନ ମାନେ ଚନ୍ଦ୍ରପଡା ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରିବା ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ସଚେତନ ହେବା ସହ ଆଇନକୁ ସମ୍ମାନ ଦେଇ ସାଧୁତାଭାବେ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି ।
ଲାଂଚ ଦେବା ଓ ନେବା ଏକ ଧର୍ତବ୍ୟ ଅପରାଧ । ଦୁର୍ନୀତି ବିରୁଦ୍ଧରେ ଲଢିବା ନିଜେ ସଚେତନ ହେବା । ଯେଉଁ ମାନଙ୍କୁ ଆମେ ଲାଂଚ ଦେଉଛୁ କିମ୍ବା ଯେଉଁ ମାନେ ଆମକୁ ଲାଂଚ ମାଗନ୍ତି ସେମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ବିଭାଗକୁ ଅଭିଯୋଗ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ବିଏସ୍ଏଫ୍ ଯବାନ । ସେହି ପରି ଭାବେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସର ଭିତରେ ବକୃତା, ରଚନା,ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା କରି ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି । ବିଏସ୍ଏଫ୍ ଯବାନ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା ମିଳିଛି ।
No Result
View All Result