• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ର ସରକାରଙ୍କ ଦେଶ ଓ ସମ୍ବିଧାନ ବିରୋଧୀ ପଦକ୍ଷେପର ଦୃଢ ଜବାବ ଦେବ ଓଡ଼ିଶା ବଞ୍ଚାଅ ଅଭିଯାନ

Proprietor Abhimanyu Maharana by Proprietor Abhimanyu Maharana
November 5, 2022
in ଓଡ଼ିଶା, ମହାନଗର, ହୋମ୍
0
କେନ୍ଦ୍ର ସରକାରଙ୍କ ଦେଶ ଓ ସମ୍ବିଧାନ ବିରୋଧୀ ପଦକ୍ଷେପର ଦୃଢ ଜବାବ ଦେବ ଓଡ଼ିଶା ବଞ୍ଚାଅ ଅଭିଯାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୫ ନଭେମ୍ବର ଶନିବାର )ଭୁବନେଶ୍ୱର :- ଆମ ପ୍ରିୟ ଜନ୍ମଭୂମି ଭାରତବର୍ଷ ସ୍ୱାଧୀନତାର ୭୫ବର୍ଷ ପରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘୋର ସଙ୍କଟର ସମ୍ମୁଖୀନ ହୋଇଛି । ସ୍ୱାଧୀନୋତ୍ତର ଭାରତରେ ଯାହା ଘଟିନଥିଲା, ତାହା ଘଟୁଛି । ବିବିଧତା ଭିତରେ ଏକତା ବିପଦଗ୍ରସ୍ତ ହୋଇଛି । ସମ୍ବିଧାନ ଓ ସାମ୍ବିଧାନିକ ସଂସ୍ଥା ଉପରେ ବିଜେପି ଓ ଆରଏସ୍‌ଏସ୍‌ର ଘନ ଘନ ଆକ୍ରମଣ ଜାରି ରହିଛି । ବିଜେପି-ଆରଏସ୍‌ଏସ୍‌ର ସରକାର ଭାରତକୁ ଏକ ଦେଶ, ଏକ ଭାଷା, ଏକ ଧର୍ମରେ ପରିଣତ କରିବା ପଛରେ ଦେଶକୁ ଫାଶିବାଦୀ ଢାଞ୍ଚାରେ ପରିଣତ କରିବା ଷଡ଼ଯନ୍ତ୍ର ସ୍ପଷ୍ଟ ।

ଏହି ଶେଷ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ପଦକ୍ଷେପ ସେମାନେ ଗ୍ରହଣ କରୁଛନ୍ତି । ଆମ ଦେଶରେ ସିବିଆଇ, ନିର୍ବାଚନ କମିଶନ ଓ ଇଡ଼ି ଆଦି ଭଳି ସମସ୍ତ ସାମ୍ବିଧାନିକ ସଂସ୍ଥାକୁ ଅକ୍ତିଆର କରିବା ସଙ୍ଗେ ସଙ୍ଗେ ଦେଶର ବିଚାର ବ୍ୟବସ୍ଥାକୁ ନିଜ ଇଙ୍ଗିତରେ ପରିଚାଳନା କରାଯାଉଛି । ୩୭୦ ଧାରାର ଉଚ୍ଛେଦ, ସମାନ ନାଗରିକ ସଂହିତା ପ୍ରଣୟନ ସହିତ ସମସ୍ତ ରାଜ୍ୟରେ ଯେକୌଣସି ମତେ ସରକାର ପ୍ରତିଷ୍ଠା କରିବାର ରାଜନୈତିକ କୌଶଳରେ ବିଜେପି ଅଛି । କୌଣସି ଜନ ସମସ୍ୟା ନିତ୍ୟ ବ୍ୟବହାର୍ଯ୍ୟ ଜିିନିଷପତ୍ର ଓ ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦର ବୃଦ୍ଧି ଠାରୁ ଆରମ୍ଭ କରି ଜନଜୀବନରେ ଦେଖାଦେଇଥିବା ଦୁର୍ବିସହ ସମସ୍ୟାଗୁଡ଼ିକୁ ଦୃଷ୍ଟି ହଟାଇବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜନୈତିକ ନାଟକ ଓ ହଟଚମଟ ସୃଷ୍ଟି କରୁଛନ୍ତି ।ବିରୋଧୀ ରାଜ୍ୟ ସରକାରଙ୍କୁ ଟର୍ଗେଟ କରୁଛନ୍ତି ଓ ବିଜେପି-ଆରଏସ୍‌ଏସ୍ ବିରୋଧୀ ବୁଦ୍ଧିଜୀବୀ ଏବଂ ଶକ୍ତିବର୍ଗଙ୍କୁ ଦେଶଦ୍ରୋହ ଆଖ୍ୟାରେ ଆଖ୍ୟାୟିତ କରୁଛନ୍ତି । ୟୁପିଏ ଭଳି ଅତ୍ୟନ୍ତ କଠୋର, ଅଗଣତାନ୍ତ୍ରିକ କଳା ଆଇନକୁ ସମାଲୋଚନା ଏବଂ ବିରୋଧୀ ଭିନ୍ନ ମତପୋଷଣ କରୁଥିବା ଶକ୍ତିମାନଙ୍କ ବିରୁଦ୍ଧରେ ବ୍ୟବହାର କରି ବର୍ଷ ବର୍ଷ ଧରି ଜେଲ୍‌ରେ ରଖାଯାଉଛି । ସାଇବାବାଙ୍କ ଭଳି ଭୀଷଣ ରୋଗଗ୍ରସ୍ତ ବୁଦ୍ଧିଜୀବୀଙ୍କ ଦୀର୍ଘବର୍ଷର ଜେଲ୍ ଏହାର ପ୍ରମାଣ । କେନ୍ଦ୍ର ସରକାରଙ୍କ ଏହି ଦେଶ ଓ ସମ୍ବିଧାନ ବିରୋଧୀ ପଦକ୍ଷେପଗୁଡ଼ିକର ଜବାବ ଦେବା ପାଇଁ ଏବଂ ଶାନ୍ତିପ୍ରିୟ ଓଡ଼ିଶାକୁ ବିଜେପିମୁକ୍ତ ଓଡ଼ିଶା କରିବା ପାଇଁ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ତରଫରୁ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

କେନ୍ଦ୍ର ସରକାରଙ୍କର ସମସ୍ତ ଜନିବରୋଧୀ ପଦକ୍ଷେପକୁ ସମର୍ଥନ କରି ଗତ ୨୨ ବର୍ଷ ଧରି ଓଡ଼ିଶାକୁ ଲଗାତର ଶାସନ କରୁଥିବା ବିଜେଡ଼ି ସରକାର ସେହି ସମାନ ମୁଦ୍ରାର ଆଉ ଗୋଟିଏ ପାଶ୍ୱର୍ ହୋଇଯାଇଛନ୍ତି । ପାର୍ଲାମେଣ୍ଟରେ ସମସ୍ତ ବିଲ୍‌କୁ ସମର୍ଥନ ଓ ବିଭିନ୍ନ ସାମ୍ବିଧାନିକ ନିର୍ବାଚନରେ ବିଜେପିକୁ ସମର୍ଥନ ଦେଇ ବିଜେଡ଼ି ବିଜେପିର ବି ଟିମ୍ ହେବାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡ଼ି ଏହି ରାଜନୈତିକ କୌଶଳରେ ଦୁଇ ଦଳ ଅଛନ୍ତି । ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତାର ନାଁ ଆଉ ବିଜେଡ଼ି ଧରୁନାହିଁ । ଗତ ୨୨ ବର୍ଷ ଭିତରେ ରାଜ୍ୟରେ ଛୁଞ୍ôଚ କାରଖାନାଟିଏ ବି ହୋଇପାରିଲା ନାହିଁ । ହଜାର ହଜାର ଏକର ଜମି ଅଧିଗ୍ରହଣ ହୋଇ ଖାଲି ପଡ଼ିରହିଛି । ଚାଷ ପ୍ରତି ନଜର ନାହିଁ କି ନିଘା ନାହିଁ । ଜଳସେଚନ ଅବସ୍ଥା କହିଲେ ନସରେ । ନିଯୁକ୍ତି ନାହିଁ ଫଳରେ ଦାଦନରେ ରାଜ୍ୟ ଏକନମ୍ବର ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ସର୍ବାଗ୍ରେ । ବେକାରଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ରାଜ୍ୟରେ ଖାଲିଥିବା ୨ ଲକ୍ଷରୁ ଅଧିକ ସରକାରୀ ପଦବୀ ପୂରଣ କରାଯାଉ ନାହିଁ । ରାଜ୍ୟର ବିକାଶ ଅର୍ଥ ବିଜେଡ଼ି ଦଳର ପାଣ୍ଠିର ବିକାଶ ଓ ବିଜେଡ଼ି ନେତାମାନଙ୍କ ଆର୍ଥିକ ବିକାଶ । ଚାଷୀ ଆତ୍ମହତ୍ୟାରେ ରାଜ୍ୟ ରେକର୍ଡ଼ କଲାଣି । ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧି କଥା କହିଲେ ରାଜ୍ୟ ଓ କେନ୍ଦ୍ର ଦୋଷ ଲଦାଲଦି ହେଉଛନ୍ତି । ରାଜ୍ୟରେ ନାବାଳିକାଟିଏ ମଧ୍ୟ ସୁରକ୍ଷିତ ମଣୁନି । ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାର ଜନଗଣ ଦୁର୍ବିସହ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହାର ଫାଇଦା ଉଠାଇ ବିଜେଡ଼ି ବିରାମ ବିହୀନ ଶାସନ କରିଚାଲିଛି । ତା’ର ମୁଖ୍ୟକାରଣ ମିଳିତ ବିରୋଧୀମାନଙ୍କର ବିରୋଧୀ ଆୱାଜର ଅଭାବ ।

‘ଓଡ଼ିଶା ବଞ୍ଚାଅ ଅଭିଯାନ’ ରାଜ୍ୟର ଶିଳ୍ପ ଓ କୃଷିର ସନ୍ତୁଳିତ ବିକାଶ ପାଇଁ, ବେକାରୀ ଦୂର ପାଇଁ ବିକଳ୍ପ ନିଯୁକ୍ତି ନୀତି, କୃଷିର ରାଜ୍ୟରେ ଚାଷର ବିକାଶ ପାଇଁ ଯୋଜନାବଦ୍ଧ ଆଗୁଆ ପଦକ୍ଷେପ, ରାଜ୍ୟର ପଛୁଆ ଓ ଅନଗ୍ରସର ଅଞ୍ଚଳର ଉତ୍‌ଥାପନ ପାଇଁ ନିର୍ଦ୍ଦିଷ୍ଟ ଅର୍ଥନୈତିକ ପଦକ୍ଷେପ ଓ ତା’ର ଆକ୍ଷରିକ କାର୍ଯ୍ୟକାରିତା, ମାଛ, ଦୁଗ୍‌ଧ ଓ ପଶୁପକ୍ଷୀ ଫାର୍ମ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦାବି ସହିତ ରାଜ୍ୟ ସାରା ଏକ ବିକଳ୍ପ ବିକାଶର ଅଭିଯାନ ଆରମ୍ଭ କରିବା ପାଇଁ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ଗଠିତ ହୋଇଛି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ୧୧ଟି ଦଳର ନେତୃତ୍ୱମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମତାକ୍ରାନ୍ତି ଦଳର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ, ସିପିଆଇ(ଏମ୍‌)ର ସମ୍ପାଦକ ଅଳିକଶୋର ପଟ୍ଟନାୟକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ଅଭୟ ସାହୁ ଓ ଆଶିଷ କାନୁନଗୋ,

ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ (ଏମ୍‌ଏଲ) ଲିବରେସନର ଅଶୋକ ପ୍ରଧାନ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଜନତା ଦଳ ୟୁର ସଭାପତି ଚିତ୍ତରଞ୍ଜନ ମହାନ୍ତି ଓ ଅଭିମନ୍ୟୁ ବିଶ୍ୱାଳ, ସମୃଦ୍ଧ ଓଡ଼ିଶାର ସଭାପତି କ୍ଷୀତିଶ ଚନ୍ଦ୍ର ମହାନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବିକ୍ରମ ସ୍ୱାଇଁ, ରାଷ୍ଟ୍ରୀୟ ଜନତା ଦଳର ହେମନ୍ତ କୁମାର, ଆରପିଆଇର ଅବଦୁଲ ୱାଲି ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସର୍ବସମ୍ମତିକ୍ରମେ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ର ଆବାହକ ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରଥମ ପଦକ୍ଷେପ ଭାବେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସମ୍ମିଳନୀ କରାଯିବ । ଏହି କ୍ରମରେ ଗଞ୍ଜାମ, ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ପ୍ରଥମେ ଅଧିବେଶନ ଅନୁଷ୍ଠିତ ହେବ ପରେ ଅନ୍ୟ ଜିଲ୍ଲାମାନଙ୍କରେ ବ୍ୟାପକ ଭାବରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା

ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା

August 10, 2026
ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

August 10, 2026
1984 ମସିହା ISc ଵେଚ ର ବନ୍ଧୁ ମିଳନ

1984 ମସିହା ISc ଵେଚ ର ବନ୍ଧୁ ମିଳନ

August 10, 2026
ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

August 10, 2026

Recent News

ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା

ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା

August 10, 2026
ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

August 10, 2026
1984 ମସିହା ISc ଵେଚ ର ବନ୍ଧୁ ମିଳନ

1984 ମସିହା ISc ଵେଚ ର ବନ୍ଧୁ ମିଳନ

August 10, 2026
ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

August 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା

ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା

August 10, 2026
ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

August 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version