ଗ୍ରାମ୍ୟ ଜଙ୍ଗଲ ଓ ଜମିକୁ ଜବରଦଖଲ ହଟାଇବାକୁ ଦାବି ଜଣାଇଲେ ଜବିଆଗୁଡା ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ବୈପାରିଗୁଡା :- ଗୋଟିଏ ଜମିକୁ ଦୁଇ ଗ୍ରାମବାସୀଙ୍କ ମଧ୍ୟ ଟଣାଟଣି ଚାଲିଥିବା ବେଳେ ତାହାର ସମାଧାନ ବାଟ କାଢିବା ନେଇ ଜବିଆଗୁଡା ଗ୍ରାମବାସୀ ଆଜି ବୈପାରିଗୁଡା ବନାଂଚଳ କାର୍ଯ୍ୟାଳୟକୁ ଆସି ରେଞ୍ଜର ସନ୍ଦୀପ କୁମାର ପାଣିଗ୍ରାହୀଙ୍କୁ ଦେଖା କରି ସମସ୍ୟା ବିଷୟ କହିବା ସହ ତାହାର ସମାଧାନ କରିବା ପାଇଁ ଗୁହାରୀ ଜଣାଇଥିବାର ଦେଖାଯାଇଛି । ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ସମ୍ପାଦକ ଶମ୍ଭୁପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଜବିଆଗୁଡା ଗ୍ରାମବାସୀ ମାନେ ଆସି ଦାବି ଜଣାଇଛନ୍ତି । ସେମାନେ ପ୍ରକାଶ କରିଛନ୍ତି ଯେ ଜବିଆଗୁଡା ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ଜମିକୁ ମୁଦୁଲିଗୁଡା ଗ୍ରାମବାସୀ ମାନେ ଜବରଦଖଲ କରି ରଖିବା ସହିତ ଯଦି ଜବିଆଗୁଡା ଗ୍ରାମବାସୀ ମାନେ ସେହି ସ୍ଥାନକୁ ଗଲେ ମୁଦୁଲିଗୁଡା ଗ୍ରାମର ଲୋକେ ନାନାପ୍ରକାର ଧମକଚମକ ଦେଇ ବିଶୃଙ୍ଗଳା ସୃଷ୍ଟି କରୁଥିବା ଜବିଆଗୁଡା ଗ୍ରାମବାସୀ ମାନେ ସିଧାସଳଖ ତାହାକୁ ବିରୋଧ କଲେ ମଧ୍ୟ ମୁଦୁଲିଗୁଡା ଗ୍ରାମବାସୀ ସରକାରୀ କର୍ମଚାରୀଙ୍କ ଭୟ ଦେଖାଉଛନ୍ତି ବୋଲି କହିଛନ୍ତି ଜବିଆଗୁଡା ଗ୍ରାମବାସୀ ।

ଏହି ପରି କିଛି ସମସ୍ୟା ଏବେ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ କୋଲାର ପଂଚାୟତର ଜବିଆଗୁଡା ଓ ମୁଦୁଲିଗୁଡା ଗ୍ରାମବାସୀଙ୍କ ମଧ୍ୟରେ । ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖ୍ୟନ ହେଉଥିବା ବେଳେ ବିଶେଷ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ସରକାର ମହାଲରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମିକୁ ମୁଦୁଲିଗୁଡା ଗ୍ରାମବାସୀ ବେଆଇନ ଭାବେ ଜବରଦଖଲ କରି ରହିବା ବେଳେ ଜବିଆଗୁଡା ଗ୍ରାମବାସୀ ମହଲରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଉଛି । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଏସବୁ ବେଆଇନ ଜବରଦଖଲ ଅକ୍ତିଆର ହଟାଇବାକୁ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଏନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଅବଶ୍ୟକ ସମାଧାନ ହୋଇ ନ ଥିବାରୁ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗକରିଛନ୍ତି । ଏହାକୁ ନେଇ ଆଜି ବନବିଭାଗ କାର୍ଯ୍ୟାଳୟକୁ ଆସି ଜବିଆଗୁଡା ଗ୍ରାମବାସୀ ମାନେ ବିରୋଧ କହିବ ସହିତ ଏହାର କୌଣସି ସମାଧାନ ନ ହେବା ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।