No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିକ୍ରିଡା ପଞ୍ଚାୟତ ରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୃଷ୍ଣପ୍ରସାଦ ରେ ଶିକ୍ଷକ ଅଭାବ ସମସ୍ୟା ନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ସୂଚନା ଅନୁଯାୟୀ ଗତ ଜୁଲାଇ ୩୦ , ୨୦୨୨ ମସିହାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୃଷ୍ଣ ପ୍ରସାଦ , ସିକ୍ରିଡା ମାନ୍ୟତା ପାଇଥିଲା। ପତ୍ର ସଂଖ୍ୟା ୧୪୪୪ ଅନୁଯାୟୀ ଗତ ଅଗଷ୍ଟ ୧୬ ତାରିଖରେ ୧୮ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ।
କିନ୍ତୁ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ୨ ଜଣ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀ ଙ୍କୁ ୩ ଦିନ ଲେଖାଏଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୃଷ୍ଣ ପ୍ରସାଦ, ସିକ୍ରିଡା ରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ନୂଆଗାଁ ହାଇସ୍କୁଲ ର ଶିକ୍ଷକ ବିଭୂତି ଭୂଷଣ ସାହୁ ଯୋଗଦେଇ ପାଠ ପଢ଼ାଉଥିବା ବେଳେ ଅନ୍ୟ ଦୁଇଜଣ ଯୋଗ ଦେଇନଥିଲେ। ଯାହାଫଳରେ ପାଠ ପଢାରେ ସମସ୍ୟା ସୃଷ୍ଟି ହୋଇଛି।
ଏହି ସମସ୍ୟା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା କମିଟି ଏବଂ ଗ୍ରାମବାସୀ ଙ୍କ ତରଫରୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ସମସ୍ୟା ଦୂରୀଭୂତ ହୋଇ ନଥିଲା।ପରିଶେଷରେ ବାଧ୍ୟହୋଇ ଶିକ୍ଷା କମିଟି ,ଅଭିଭାବକ,ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ବିଦ୍ୟାଳୟ ରେ ତାଲା ପକାଇବା ସହ ଧାରଣା ଦେଇଥିଲେ। ଦିନ ୪ ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ଧାରଣା ସ୍ଥଳକୁ ଆସିନଥିଲେ। ଶିକ୍ଷକ ଅଭାବ ସମସ୍ୟା ଦୂରୀଭୂତ ନ ହେବା ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଶିକ୍ଷା କମିଟି ସଭାପତି,ଗ୍ରାମ ସଭାପତି ଭ୍ରମର ବର ପରିଡ଼ା, ସରପଞ୍ଚ ସୁଷମା ପରିଡ଼ା,ସମିତି ସଭ୍ୟା ସଙ୍ଗୀତା ସାହୁ ଙ୍କ ସମେତ ଗ୍ରାମବାସୀ କହିଛନ୍ତି।
No Result
View All Result