

ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଅକାରଣରେ ସାମ୍ବାଦିକଙ୍କ ଉପରେ ପୋଲିସ ର ଶକ୍ତି ପ୍ରଦର୍ଶନ କରିଥିବା ଖବରସାମ୍ନାକୁ ଆସିଛି । ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ବୋଲାଉଥିବା ନିରପେକ୍ଷ ଭାବେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆଶାଳୀନ ବ୍ୟବହାର ଦେଖେଇବା ସହ ମାଡ ମାରିଥିବା କଥା ଦେଖିବାକୁ ମିଳିଛି । ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଚଳିତ ବର୍ଷ ଆନ୍ତର୍ଜାତୀୟ ହକି ଖେଳ ଆୟୋଜନ କରାଯାଇଥିବା ବେଳେ ବିନା ପାସ୍ ରେ କାହାରିକୁ ଷ୍ଟାଡିୟମ୍ ଯିବା ପାଇଁ ବାରଣ କରାଯାଇଛି ।
ଉକ୍ତ ଷ୍ଟାଡିୟମ୍ ର ପ୍ରମୁଖ ଗେଟ୍ ରେ ଓ ପଛ ପଟ ଗେଟ୍ ରେ ସୁରକ୍ଷାକର୍ମୀ ତଥା ପୋଲିସ ଙ୍କୁ ନିୟୋଜିତ କରାଯାଇଛି । ତେବେ ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକ କଳିଙ୍ଗ ଷ୍ଟାଡିୟମ୍ କୁ ମ୍ୟାଚ୍ ର ଫୋଟ ଆଣିବା କାର୍ଯ୍ୟ ରେ ଯାଇଥିଲେ ହେଲେ ହେଁ ଷ୍ଟାଡିୟମ୍ ର ପ୍ରମୁଖ ଗେଟ୍ ପଟ ରାସ୍ତାରେ ପ୍ରବେଶ କରୁଥିବା ଖେଳାଳୀ ମାନଙ୍କ ବସ୍ ର ଫଟୋ ଉତ୍ତୋଳନ କରୁଥିବା ସମୟରେ କିଛି ସୁରକ୍ଷା କର୍ମୀ ସାମ୍ବାଦିକ ଙ୍କୁ ଇଙ୍ଗିତ କରିବା ସହ ଫଟୋ ଉଠାଇବା କୁ କେନ୍ଦ୍ର କରି ମାରପିଟ୍ କରିବା ପରେ କ୍ୟାମେରା ଭାଙ୍ଗି ଦେବା ଭଳି କଥା ସାମ୍ନାକୁ ଆସିଛି ।
ଖବର ସଂଗ୍ରହ କରିବା ପାଇଁ ଯାଇଥିବା ସାମ୍ୱାଦିକ ଙ୍କ ପ୍ରତି ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ପୋଲିସ କର୍ମଚାରୀ ମାନଙ୍କ ବିରୋଧ ରେ ଏସପି , ଭୁବନେଶ୍ୱର ଙ୍କ ନିକଟରେ ସାମ୍ୱାଦିକ ଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି । ସରକାର ‘peoples policing’ ଉପରେ ଗୁରୁତ୍ବ ଦେଉଥିବା ବେଳେ ସାମାନ୍ୟ କଥାରେ ପୋଲିସ ଉତ୍ୟକ୍ତ ହୋଇ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ କରିବା ପୋଲିସ ର କିଭଳି ଶୃଙ୍ଖଳା ଏହା ଉପରେ ସାଧାରଣ ରେ ପ୍ରଶ୍ନ ଉଠିଛି । ଏଠି ରାଜ୍ୟରେ ସାମ୍ବାଦିକ ମାନେ ପୋଲିସ ଦ୍ବାରା ଅତ୍ୟାଚାର ହେଉଥିବା ବେଳେ ସାଧାରଣ ଜନତା ଏଠି କେତେ ସୁରକ୍ଷିତ ବୋଲି ସାମ୍ବାଦିକ ସଂଘ ଅଭିଯୋଗ କରିଛି ।


© 2023 Odisha Taza News.