No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ଖୋର୍ଦ୍ଧା-ଜଟଣୀ :- ଟୁ ପିଟ୍ ବିଶିଷ୍ଟ ୩୭୦ ମିଟର ଲମ୍ବା ଇନ୍ସପେକ୍ସନ୍ ବେ ଏକ ସମୟରେ ଦୁଇ ୧୬ କାର ମେମୁ ଟ୍ରେନକୁ ରକ୍ଷଣା,ବେକ୍ଷଣ କରିପାରିବ,ସ୍ୱଚ୍ଛତା ନିମନ୍ତେ ସମର୍ପିତ ୱାସିଙ୍ଗ ଲାଇନ୍ ନିର୍ମାଣ ଓ ମେମୁ ହ୍ୱିଲ୍ର ଟାୟର ଟର୍ଣ୍ଣିପାଇଁ ପିଟ୍ ହ୍ୱିଲ୍ ଲେଦ୍ ସ୍ଥାପନ ଏବଂ ମେମୁ ଟ୍ରେନ୍ର ଯାନ୍ତ୍ରିକ ଅସୁବିଧାକୁ ନିୟନ୍ତ୍ରଣ କରିବାକୁ ଟ୍ରବଲ୍ ସଟ ଡାଇରେକ୍ଟରୀ (ଟିଡିଏସ୍) ଭାବେ ଏକ ମାନୁଆଲ୍ ଏବଂ ଡିଜିଟାଲ୍ ପୁସ୍ତକ ଆରମ୍ଭ । ଖୋର୍ଦ୍ଧାରୋଡ଼ ମଣ୍ଡଳ,ମେମୁ କାର ସେଡ୍-ଖୋର୍ଦ୍ଧା ରୋଡ଼ଠାରେ ଏକ ଅତିରିକ୍ତ ଭିତ୍ତିଭୂମି ପ୍ରତିଷ୍ଠା କରି ନିଜ ସଫଳତାର ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡିଛି।ମେମୁ ସେଡ୍-ଖୋର୍ଦ୍ଧାରୋଡ଼ ଠାରେ ଏହି ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟକୁ ଶ୍ରୀ ରିଙ୍କେଶ ରାୟ, ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼ ଉଦଘାଟନ କରିଥିଲେ ।ମେମୁ ସେଡରେ ଟୁ ପିଟ୍ ବିଶିଷ୍ଟ ୩୭୦ ମିଟର ଲମ୍ବା ଇନ୍ସପେକ୍ସନ୍ ବେ ଉଦ୍ଘାଟନ କରାଯାଇଥିଲା।ଉଦ୍ଘାଟନ କରାଯାଇଥିବା ଏହି ନୂତନ ଇନ୍ସପେକ୍ସନ୍ ବେ ରେ ବର୍ତ୍ତମାନ ଏକକାଳୀନ ଦୁଇଟି ୧୬ କାର ବିଶିଷ୍ଟ ମେମୁ ଟ୍ରେନ୍ର ରକ୍ଷଣାବେକ୍ଷଣ କରାଯାଇପାରିବ । ଖୋର୍ଦ୍ଧାରୋଡ଼ ମଣ୍ଡଳରେ ପୂର୍ବରୁ ଗୋଟିଏ ଟୁ ପିଟ୍ ବିଶିଷ୍ଟ ୧୦୦ ମିଟର ଲମ୍ବା ଇନ୍ସପେକ୍ସନ୍ ବେ କାର୍ଯ୍ୟକ୍ଷମ ଅଛି । ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ମଣ୍ଡଳ ୧୦ ରେକ୍ ମେମୁ ଟ୍ରେନଗୁଡ଼ିକର ରକ୍ଷଣା,ବେକ୍ଷଣ କରୁଅଛି । ତେଣୁ,ଏହି ନୂତନ ଇନ୍ସପେକ୍ସନ୍ ବେ ଦ୍ୱାରା ଆସନ୍ତା ଦିନରେ ଅତିରିକ୍ତ ମେମୁ ଟ୍ରେନଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଇପାରିବ ।ଏହି ନୂତନ ଇନ୍ସପେକ୍ସନ୍ ବେ ରେ ତ୍ରିସ୍ତରୀୟ ଯାଞ୍ଚ ସୁବିଧା ଉପଲବ୍ଧ ଅର୍ଥାତ ମେମୁ ଟ୍ରେନଗୁଡ଼ିକୁ ଗ୍ରାଉଣ୍ଡ ଲେଭଲ୍,ଗ୍ରାଉଣ୍ଡ ଲେଭଲ୍ ଉପରେ ଏବଂ ଟପ୍ ଲେଭଲ୍ରେ ଯାଞ୍ଚ କରାଯାଇପାରିବ।ମେମୁ ଟ୍ରେନ୍ଗୁଡ଼ିକୁ ନୟମିତ ଭାବେ ସଫାକରିବା ଏବଂ ପରିଷ୍କାର ରଖିବା ପାଇଁ ଗୋଟିଏ ସମର୍ପିତ ୱାସିଙ୍ଗ ଲାଇନ୍ ନିର୍ମାଣ କରାଯାଇଛି । ମେମୁ ହ୍ୱିଲର ୱିୟର ଏବଂ ଟିୟରକୁ ରକ୍ଷଣା,ବେକ୍ଷଣ ପାଇଁ ଶ୍ରୀ ରଙ୍କେଶ ରାୟଙ୍କ ଦ୍ୱାରା ମେମୁ ସେଡଠାରେ ଏହି “ପିଟ୍ ହ୍ୱିଲ୍ ଲେଦ୍ ଫର ଟାୟର ଟର୍ଣ୍ଣିଙ୍ଗ’ ଉଦ୍ଘାଟନ କରାଯାଇଛି। ମେମୁ ଚକା ଗୁଡ଼ିକର ପୁନଃନିର୍ମାଣ ଏକ ନିୟମିତ ପ୍ରକ୍ରିୟା ଏବଂ ଏହା ପୂର୍ବରୁ ପୁନଃ ନିର୍ମାଣ ପାଇଁ ମେମୁ ଚକଗୁଡ଼ିକ ଭୁବନେଶ୍ୱର ଏବଂ ପୁରୀକୁ ପରିବହନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ମେମୁ ସେଡରେ ଏହି ସୁବିଧା ଉପଲବ୍ଧ ହେବ ।ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ,ଖୋର୍ଦ୍ଧା ରୋଡ଼ଙ୍କ ଦ୍ୱାରା ଟ୍ରବଲ୍ ସଟ୍ ଡାଇରେକ୍ଟରୀ (ଟିଡିଏସ୍) ନାମକ ଏକ ମାନୁଆଲ୍ ଏବଂ ଡିଜିଟାଲ୍ ବହି ଉନ୍ମୋଚନ କରାଯାଇଥିଲା । ମେମୁ ଟ୍ରେନ ଚଳାଚଳ ସମୟରେ ସମ୍ମୁଖୀନ ହେଉଥିବା ବୈଷୟିକ ସମସ୍ୟାର ସମାଧାନ ପାଇଁ ମୋଟର ମ୍ୟାନ ମାନଙ୍କ ପାଇଁ ଟ୍ରବଲ୍ ସଟ୍ ଡାଇରେକ୍ଟରୀ ହେଉଛି ଏକ ଗାଇଡ୍ ପୁସ୍ତକ । ଶ୍ରୀ ପାଣ୍ଡି ଟମ୍,ମଣ୍ଡଳ ବିଦ୍ୟୁତ ଯନ୍ତ୍ରୀ (ମେମୁ)ଙ୍କ ନେତୃତ୍ୱରେ ମେମୁ କାର ସେଡରେ ବୈଷୟିକ ଟିମ ଦ୍ୱାରା ଏହି ପୁସ୍ତକଟି ଡିଜାଇନ୍ ଏବଂ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଶ୍ରୀ ରିଙ୍କେଶ ରାୟ ମେମୁ କାର ସେଡର ବୈଷୟିକ ଟିମକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ,ଆଗାମୀ ଦିନରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଆହୁରି ଅଧିକ ମେମୁ ଟ୍ରେନ ଗୁଡ଼ିକର ରକ୍ଷଣାବେକ୍ଷଣ କରିପାରିବ ।
No Result
View All Result