ନେତାଙ୍କ ରାଜନୈତିକ କ୍ୟାରିଅର ବରବାଦ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏମିତିକି ଆଗାମୀ ନିର୍ବାଚନରେ ସେମାନଙ୍କ ଟିକେଟ୍ କଟିଯିବ ବୋଲି କୁହାଯାଉଛି ।
କେଉଁ ପୁଲିସ ଅଧିକାରୀ ଅର୍ଚ୍ଚନାଙ୍କ ରଙ୍ଗମହଲକୁ ଯାଉଥିଲେ, ସେନେଇ ଅନୁସନ୍ଧାନ ଆରମ୍ଭ କରିଛି ରାଜ୍ୟ ଗୁଇନ୍ଦା ବିଭାଗ । ବଡ଼ କଥା ହେଉଛି, ଗୁଇନ୍ଦା ବିଭାଗ ସିଧାସଳଖ କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ ନକରି ଗଣମାଧ୍ୟମର ସହଯୋଗ ନେଇଛି ।
ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ନଗ୍ନ ଭିଡିଓ ଭାଇରାଲ୍ କରିବାର ଧମକରେ ବଡ଼ବଡ଼ିଆଙ୍କୁ ବ୍ଲାକ୍ମେଲିଂ କରିଥିବା ଅର୍ଚ୍ଚନା ନାଗ୍ ଗିରଫ ମାମଲା ଏବେ ରାଜ୍ୟ ରାଜନୀତିକୁ ହଲ୍ଚଲ୍ କରିରଖିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅର୍ଚ୍ଚନା ଅଳିନ୍ଦରେ ଅତିଥି ହୋଇଥିବାର ଫଟୋ ଓ ଭିଡିଓ ଏବେ ସମଗ୍ର ରାଜ୍ୟରେ ଭାଇରାଲ୍ ହେବାରେ ଲାଗିଛି । ଏହି ଯୌନ ବ୍ୟଭିଚାର ପ୍ରସଙ୍ଗକୁ ନେଇ ରାଜନୈତିକ ଦଳଗୁଡ଼ିକ ଭିତରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି । ଦଳର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିବା ନେତାମାନଙ୍କ ଭବିଷ୍ୟତକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ସେମିତି ପୁଲିସ ବିଭାଗରେ ମଧ୍ୟ ଆଲୋଡନ ସୃଷ୍ଟି ହୋଇଛି । ଅର୍ଚ୍ଚନାଙ୍କ ସହ ଯୋଗାଯୋଗରେ ଥିବା ପୁଲିସ ଅଧିକାରୀମାନେ ପ୍ରମାଦ ଗଣିଲେଣି ।
ସେମାନଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ଦଣ୍ଡସ୍ବରୂପ ସେମାନଙ୍କୁ ପ୍ରଥମତଃ ଅପହଞ୍ଚ ଅଞ୍ଚଳକୁ ବଦଳି କରାଯିବ ବୋଲି ଚର୍ଚ୍ଚା ହେଲାଣି । ଖବର ଅନୁସାରେ ଏବେ ବିଭିନ୍ନ ରାଜନୈତିକ ଦଳର ସ୍ୱତନ୍ତ୍ର ୱିଙ୍ଗ୍ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନଙ୍କୁ ଗୁପ୍ତରେ ଭେଟୁଛନ୍ତି । ପୁଲିସ ଅର୍ଚ୍ଚନାଙ୍କ ମୋବାଇଲ୍, ଲାପଟପ୍ ଓ ସିସିଟିଭି ହାର୍ଡଡିସ୍କ ଜବତ କରିଛି । ସେସବୁରେ ନେତାମାନଙ୍କ ନଗ୍ନ ଭିଡିଓ ରହିଛି । ସେହି ନେତାମାନଙ୍କ ତାଲିକା ସଂଗ୍ରହ କରିବାକୁ ରାଜନୈତିକ ଦଳର ସ୍ୱତନ୍ତ୍ର ୱିଙ୍ଗ୍ ପୁଲିସ ପଦାଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଏମିତିକି ଯେଉଁ ନେତାମାନଙ୍କର ଅର୍ଚ୍ଚନା ସହିତ ସମ୍ପର୍କ ରହିଛି, ସେମାନଙ୍କ ତାଲିକା ମାଗୁଛି ସ୍ୱତନ୍ତ୍ର ୱିଙ୍ଗ୍ । ବିଶେଷକରି ଅର୍ଚ୍ଚନାଙ୍କ ରଙ୍ଗମହଲକୁ ଯାଇଥିବା ନେତାଙ୍କ ତାଲିକାକୁ ଗୁରୁତ୍ୱ ଦିଆଯାଉଛି ।
ଏଥିରୁ ଅନୁମାନ କରାଯାଉଛି ଯେ ଏବେ ରାଜନୈତିକ ଦଳମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ଚାରିତ୍ରିକ ଦୃଷ୍ଟିରୁ ଜନମାନସରେ ବଦନାମ୍ ହୋଇଥିବା ନେତାଙ୍କୁ ଆଉ ଦଳରେ ସ୍ଥାନ ମିଳିବ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସେମାନଙ୍କ ରାଜନୈତିକ କ୍ୟାରିଅର ବରବାଦ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏମିତିକି ଆଗାମୀ ନିର୍ବାଚନରେ ସେମାନଙ୍କ ଟିକେଟ୍ କଟିଯିବ ବୋଲି କୁହାଯାଉଛି । ଏହାକୁ ନେଇ ଏବେ ନେତାମାନେ ଚିନ୍ତାରେ । ବଡ଼ ରୋଚକ କଥା ହେଉଛି ଏହି ମାମଲାରେ କୌଣସି ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଉନାହାନ୍ତି । ସେହିଭଳି ଅର୍ଚ୍ଚନାଙ୍କ ମାୟାଜାଲରେ ଫସିଥିବା ପୁଲିସ ବିଭାଗର ବଡ଼ବାବୁମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି ।ଅର୍ଚ୍ଚନାଙ୍କ ସହିତ ଥିବା କିଛି ପୁଲିସ ଅଧିକାରୀଙ୍କ ଫଟୋ ମଧ୍ୟ ଭାଇରାଲ୍ ହେଉଛି । କେଉଁ ପୁଲିସ ଅଧିକାରୀ ଅର୍ଚ୍ଚନାଙ୍କ ରଙ୍ଗମହଲକୁ ଯାଉଥିଲେ, ସେନେଇ ଅନୁସନ୍ଧାନ ଆରମ୍ଭ କରିଛି ରାଜ୍ୟ ଗୁଇନ୍ଦା ବିଭାଗ । ବଡ଼ କଥା ହେଉଛି, ଗୁଇନ୍ଦା ବିଭାଗ ସିଧାସଳଖ କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ ନକରି ଗଣମାଧ୍ୟମର ସହଯୋଗ ନେଇଛି । ଗଣମାଧ୍ୟମରୁ ପୁଲିସ ବାବୁମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି । ତେଣୁ ଏବେ ସେମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ବଢ଼ିଲା ଅଭିଯୋଗ ସଂଖ୍ୟା ଅର୍ଚ୍ଚନା ଗୋଟିଏ ମାମଲାରେ ଗିରଫ ହୋଇଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କୁ ସେ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ନଗ୍ନ ଭିଡିଓ ସୁଟ୍ କରି ବ୍ଲାକ୍ମେଲ୍ କରିବାକୁ ମାଧ୍ୟମ ସଜାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ।
କିନ୍ତୁ ଏବେ ତାଙ୍କ ନାଁରେ ଅନୁରୂପ ବ୍ଲାକ୍ମେଲ୍ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ୫ ମାମଲା ରୁଜୁ ହେଲାଣି ବୋଲି ଜଣାପଡ଼ିଛି । ଇ-ମେଲ୍ ଯୋଗେ ଦୁଇଟି ଅଭିଯୋଗ ଆସିଛି । ଜଣେ କେସିଙ୍ଗାରୁ ଓ ଅନ୍ୟ ଜଣକ କେନ୍ଦ୍ରାପଡ଼ାରୁ ବୋଲି ସୂଚନା ମିଳିଛି । ଡିସିପି ପ୍ରତୀକ ସିଂଙ୍କ ପରାମର୍ଶ ଅନୁସାରେ ସେମାନେ ଅଭିଯୋଗ କରିଛନ୍ତି । ଖୁବ୍ ଶୀଘ୍ର ଏହାକୁ ଏତଲା ଭାବେ ଗ୍ରହଣ କରିବାକୁ କେସିଙ୍ଗା ଓ କେନ୍ଦ୍ରାପଡ଼ା ଥାନାକୁ ପଠାଇବା ସହ ନିର୍ଦ୍ଦେଶ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଣେ ଅର୍ଚ୍ଚନାଙ୍କ ବିରୋଧରେ ଆଜି ଆଉ ୩ଟି ଥାନାରେ ପୃଥକ ପୃଥକ ପୁରୁଣା ମାମଲା ପୁଣି ଖୋଲିଛି । ମହିଳା ଥାନା, ମଞ୍ଚେଶ୍ୱର ଥାନା ଓ କ୍ୟାପିଟାଲ ଥାନାରେ ଏହି ମାମଲା ହୋଇଥିଲା ଓ ବିଭିନ୍ନ କାରଣରୁ ଦବି ରହିଥିଲା ।