ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ବରଗଡ଼ :- ଜିଲ୍ଲାପାଳ ଙ୍କ ସମ୍ମିଳନୀ ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରିୟ ଏକତା ଦିବସ ପାଳନ କରାଯାଇଥିଲା , ଲୈ।ହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ପାଳିତ ହେଉଥିବା ଏହି ଦିବସ ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ରାଷ୍ଟ୍ରର ଏକତା,
ଅଖଣ୍ଡତା ଓ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ବରଗଡ଼ ଭିଜିଲାନ୍ସ ବିଭାଗ ଡିଏସପି ସତ୍ୟବାନ ମହାନନ୍ଦ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପରିଚାଳନା କରିଥିଲେ।















