ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ବରଗଡ଼ :- ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ବାନ ହଲ୍ ଠାରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ରେ ଜିଲ୍ଲାର ଅଧିକାରୀ ଓ କର୍ମଚାରୀ ମାନେ ଶପଥ ପାଠ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ । ତୃଣମୂଳ ସ୍ତରରେ ଲୋକ ମାନଙ୍କୁ ସମସ୍ତ ସେବା, ସମସ୍ତ ପ୍ରକାରର ସରକାରୀ ଯୋଜନା ର ସୁବିଧା ବିନା ପ୍ରତିବନ୍ଧକ ରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କ ଉପସ୍ଥିତି ରେ ଶପଥ ପାଠ କରିଥିବା ବେଳେ ଓସ୍ବାନ ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ସଦର ମହକୁମା ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତି ରେ ସାଧୁତାର ଶପଥ ପାଠ କରାଇଥିଲେ । ସେହିପରି ଜିଲ୍ଲାର ସମସ୍ତ ବ୍ଲକ୍, ପଞ୍ଚାୟତ ସ୍ତରରେ ସେମାନଙ୍କ ଅଧିକାର ଓ କର୍ମଚାରୀ ମାନଙ୍କୁ ନେଇ ସାଧୁ ତାର ଶପଥ ପାଠ କରିଥିଲେ ।















