ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ ରାଂଚି ବିଜୟୱାର୍ଡା ଜାତୀୟ ରାଜପଥ ବୈପାରିଗୁଡା ଠାରୁ ଗୋବିନ୍ଦପାଲ୍ଲୀ ଯିବା ରାସ୍ତାର ଟାପାଯୋଡି ଓ ମନ୍ତ୍ରୀଆମ୍ବ ରାସ୍ତା ମଝିରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଟ୍ରକ ଚାଳକ ଗୁରୁତର ଥିବା ଜଣାପଡିଛି । ସ୍ଥାନୀୟ ବିଏସ୍ଏଫ୍ ୧୫୧ ବିଏନ ଯବାନ ଓ କିଛି ଯାତ୍ରୀ ଘଟଣା ସମ୍ପର୍କରେ ବୈପାରିଗୁଡା ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଗୁରୁତର ଟ୍ରକ ଡ୍ରାଇଭରକୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଗୁଜୁରାଟ ଠାରୁ ଏକ ଟ୍ରକ ନଂ GJ.36..T- ୪୪୨୫ ଗାଡି ମାର୍ବଲ ନେଇ ମାଲକାନଗରି ଯାଉଥିବା ବେଳେ ସଂନ୍ଧ୍ୟା ସମୟରେ ଟାପାଯୋଡି ଓ ମନ୍ତ୍ରୀଆମ୍ବ ରାସ୍ତା ମଝିରେ ଏକ ବୁଲାଣି ନିକଟରେ ଗାଡି ଟି ଭାରସାମ୍ୟ ହରାଇବାରୁ ମୁଖ୍ୟରାସ୍ତା ଉପରେ ପଡି ଯାଇଛି । ଫଳରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହାନ କିଛି ସମୟ ପାଇଁ ସେହି ରାସ୍ତାରେ ଅଟକି ଯାଇଥିବାର ଦେଖାଯାଇଛି । ସୂଚନାଯୋଗ୍ୟ ଯେ ବୈପାରିଗୁଡା ଠାରୁ ଗୋବିନ୍ଦପାଲ୍ଲୀ ରାସ୍ତାର ବିଭିନ୍ନ ସ୍ଥାନରେ ବିପଦ ସଂକୁଳ ବୁଲାଣି ରହିଛି । ଯାହାର ଫଳରେ ଅନେକ ସମୟରେ ଏହି ବୁଲାଣି ନିକଟରେ ଦୁର୍ଘଟଣା ଘଟୁଛି । ତେଣୁ ଏହି ରାସ୍ତା ନିର୍ମାଣ ଦାୟୀତ୍ୱରେ ଥିବା ଜାତୀୟ ରାଜପଥ ବିଭାଗ ଗୁରୁତ୍ୱ ଦେବା ସହ ସ୍ଥାନୀୟ ପୋଲିସ ଏହାକୁ ବ୍ଲାକ ସ୍ପଟ ଭାବେ ଘୋଷଶର କରିବା ପାଇଁ ସାଧାରଣରେ ଦାବି ହେଉଛି ।