ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ବୈପାରିଗୁଡା :- ମାଓ ଭୟ କେବେ ଠାରୁ ଦୂର ହୋଇଗଲାଣି ତଥାପି କାହିଁକି ଏବେ ପର୍ଯ୍ୟନ୍ତ ଦଣ୍ଡାବାଡି ପଂଚାୟତରେ ଖୋଲାଯାଉନି ଧାନ ମଣ୍ଡି । ବହୁ ଦୂର ଦୂରାନ୍ତ ଚାଷୀ ଅଯର୍ଥା ରେ ବହୁ ଟଙ୍କା ଖର୍ଚ୍ଚ କରି ରାମଗିରିକୁ ଧାନ ବିକ୍ରି କରିବା ପାଇଁ ଆସୁଛନ୍ତି ଏହାର କିଛି ସମାଧାନ ବାଟ କାଢିବା ନେଇ ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତର କିଛି ପଂଚାୟତବାସୀ ଓ ଚାଷୀ ମାନେ ସୋମବାର ଦିନ କୋରାପୁଟ ଯାଇ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମହମ୍ମଦ୍ ଅବଦ୍ଦଲ ଅଖତାର ଦେଖା କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି ।

ତେବେ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଥମେ ଦଣ୍ଡାବାଡି ଠାରେ ଧାନ ବିକ୍ରି ପାଇଁ ବ୍ୟବସ୍ଥା ରହିଥିଲା କିନ୍ତୁ ମାଓ ଭୟ ପରେ ଠାରୁ ତାହା ରାମଗିରିକୁ ସ୍ଥାନାନ୍ତରିତ କରାଗଲା । ତେବେ ଦଣ୍ଡାବାଡି ଠାରେ ଥିବା ସମୟରେ ତେନ୍ତୁଳିଗୁମ୍ମା, ଚିପାକୁର ଓ ଦଣ୍ଡାବାଡି ଅଂଚଳର ଶହ ଶହ ଚାଷୀ ଧାନ ବିକ୍ରି କରୁଥିଲେ । ଅନ୍ୟ ଦୁଇ ପଂଚାୟତ ଠାରୁ ରାମଗିରି ଦୂରତା ବହୁତ ଦୂର ରହିଥିବା ବେଳେ ଦଣ୍ଡାବାଡି ଠାରୁ ୧୨ କିମି ଗଲେ ପଡେ ରାମଗିରି ।

ରାମଗିରି ଠାରେ ଧାନ ବିକ୍ରି କରିବା ପାଇଁ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖ୍ୟନ ହେବା ସହିତ ବହୁତ ଟଙ୍କା ଖର୍ଚ୍ଚ ହେଉଥିିବାରୁୁ ଜିଲ୍ଲାପ୍ରଶାସନ ଏହି ଘଟଣାକୁ ପୁଃନର୍ବାର ଚିନ୍ତା କରି ଟିକେ ଦୃଷ୍ଟି ଦେଇ ଚଳିତ ବର୍ଷ ଦଣ୍ଡାବାଡି ଠାରେ ଧାନ ମଣ୍ଡି ଖୋଲିବା ନେଇ ଗ୍ରାମବାସୀ ଓ ଚାଷୀ ମାନେ ଦାବି ରଖିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଦଣ୍ଡାବାଡି ସରପଂଚ ଚେଣ୍ଡିଆ ଖିଲ, ସମିତିସଭ୍ୟ ମାଧବ ଖରା, ପୂର୍ବତନ ସମିତିସଭ୍ୟ ବିଶ୍ୱନାଥ ହନ୍ତାଲ, ଆନନ୍ଦ ନାୟକ, ବିଜୟ ଖରା, ଅନ୍ତୁ ଖରା, ବାଲି ନାୟକ, ଅଭି ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ ।