ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ବୈପାରିଗୁଡା :- ବୈପାରିଗୁଡା ସ୍ଥିତ ସୀମା ସୁରକ୍ଷା ବାହିନୀ ( ବିଏସ୍ଏଫ୍ ) ୧୫୧ ବିଏନ ପକ୍ଷରୁ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ରାଷ୍ଟ୍ର ନିର୍ମାତା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୭ ତମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଥିବା ବେଳେ ବୈପାରିଗୁଡା ବ୍ଲକରେ ନିୟଜିତ ଥିବା ୧୫୧ ବିଏନ ବିଏସ୍ଏଫ୍ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ଏକ ସଭା ଆୟୋଜନ କରି ବୈପାରିଗୁଡା ଅଂଚଳର ଛାତ୍ରଛାତ୍ରୀ, ଜନସାଧାରଣ,ବୃଦ୍ଧିଜୀବି ମାନଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ କରିଥିଲେ ।

୧୫୧ ବିଏନର ବିଏସ୍ଏଫ୍ ମୁଖ୍ୟ କମାଣ୍ଡଣ୍ଟ ଅଜୟ କୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି ଯୋଗଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମରେ ଅବଦାନ ଏବଂ ଅଖଣ୍ଡ ଭାରତବର୍ଷ ଗଠନରେ ଭୂମିକା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ ।

ସେହି ପରି ଭାବେ ୧୫୧ ବିଏନର ବିଏସ୍ଏଫ୍ ମୁଖ୍ୟ କମାଣ୍ଡଣ୍ଟ ଅଜୟ କୁମାର କହିଥିଲେ ଯେ ତାଙ୍କର ନୀତି, ଆଦର୍ଶ ଓ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ଆଜିର ଯୁବପୀଢି ଦେଶ ସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ । ସେହି ପରି ଭାବେ ୧୫୧ ବିଏନର ବିଏସ୍ଏଫ୍ର ମନ୍ତ୍ରୀଆମ୍ବ କ୍ୟାମ୍ପ, ରାମଗିରି କ୍ୟାମ୍ପ, ଦଣ୍ଡାବାଡି କ୍ୟାମ୍ପରେ ମଧ୍ୟ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବାର ସୂଚନା ମିଳିଛି ।