No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) ଖୋର୍ଦ୍ଧା-ଜଟଣୀ :- ସର୍ଦ୍ଦାର ବଲ୍ଭଭ ଭାଇ ପଟେଲଙ୍କର ଜନ୍ମ ବାର୍ଷିକୀ ଉପଲକ୍ଷେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା “ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରାଯାଇଥିଲା । ଜାତିର ଏକତା,ଅଖଣ୍ଡତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ବିକାଶ ଏବଂ ମଜଭୁତ କରିବା ପାଇଁ ଏକ ସୁଯୋଗ | ଏହି ପାଳନ ସମୟରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ଖୋର୍ଦ୍ଧାରୋଡ୍ ରେଳବାଇ ଷ୍ଟାଡିୟମର ସମସ୍ତ ଅଧିକାରୀ,କର୍ମଚାରୀ ଏବଂ ସ୍କାଉଟ୍-ଗାଇଡ୍ ପିଲାମାନଙ୍କୁ “ଏକତା ଦିବସ ପ୍ରତିଶୃତି” ପରିଚାଳନା କରିଥିଲେ । ଦେଶରେ ଏକତା ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସମସ୍ତେ ପ୍ରତିଶୃତି ଦେଇଥିଲେ ।“ଏକତା ଦିବସ ପ୍ରତିଶୃତି” ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଥିବା ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ମଧ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ । ରେଳ ଷ୍ଟାଡିୟମରୁ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଅଧିକାରୀ, କର୍ମଚାରୀ,ରେଳ ସୁରକ୍ଷା ବାହିନୀ ଏବଂ ସ୍କାଉଟ-ଗାଇଡ୍ ପିଲାମାନଙ୍କ ଦ୍ୱାରା ଏକତା ରନ୍ ଆୟୋଜନ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା,ଖୋର୍ଦ୍ଧାରୋଡ୍ ମଣ୍ଡଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ,ଅଧିକାରୀ ଏବଂ କର୍ମଚାରୀ ଙ୍କ ଉପସ୍ଥିତିରେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଶ୍ୟାମ ସୁନ୍ଦର ବେହେରାଙ୍କ ଦ୍ୱାରା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । ସେହିଭଳି ଫଟୋ ପ୍ରଦର୍ଶନୀ ଭୁବନେଶ୍ୱର,ଅନୁଗୁଳ, ବ୍ରହ୍ମପୁର,ପଲାସା, ଢେଙ୍କାନାଳ,ଭଦ୍ରକ ଏବଂ ପାରାଦୀପ ରେଳ ଷ୍ଟେସନରେ ମଧ୍ୟ ରେଳ ବ୍ୟବହାରକାରୀଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ରଂଜନ ମହାନ୍ତି,ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସ°ଯୋଜନା କରି ଥିଲେ ।
No Result
View All Result