
ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମା ସ୍ଥିତ ଡାରଉଈନ୍ ମେମୋରିଆଲ ଡିଗ୍ର୍ରି ମହାବିଦ୍ୟାଳୟ ବିଏସଏଫ ୧୫୧ ବାଟାଲିୟନ ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଏସଏଫ ୧୫୧ ବାଟାଲିୟନ ର କମାଣ୍ଡର ନୀରଜ କୁମାର ଶର୍ମା,ସବ୍ ଇନ୍ସପେକ୍ଟର ଭିପିନ୍ କୁମାର, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସତ୍ତାପା,ହେଡ କନଷ୍ଟେବଳ ଏମ୍.ବାଲକ୍ରିଷ୍ଣା,
ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଓ ସମାଜସେବୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ, ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ୍ ଅଫିସର ସଞ୍ଜିତା ଖୋସ୍ଲା ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ରୁ ଜାତୀୟ ପତାକା ଧରି ଦଉଡି ଡଉଡି ବି.ଏସ୍ .ଏଫ୍ କ୍ୟାମ୍ପ୍ ନିକଟରେ ପହଞ୍ଛି ଥିଲେ , ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମ୍ପର୍କରେ ବି.ଏସ୍. ଏଫ୍ କମାଣ୍ଡର ଶ୍ରୀ ଶର୍ମା ଛାତ୍ରଛାତ୍ରୀ
ମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ର ମହତ୍ଵ ଓ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ବିରଳ ପ୍ରତିଭାର ଧନୀ ସର୍ଦାର କିପରି ୫୬୫ ଗଡ଼ଜାତ ରାଜ୍ୟ ମାନଙ୍କୁ ଏକତାର ସୁତ୍ରରେ ବାନ୍ଧିଥିଲେ ଓ ଯାହାଙ୍କ ଯୋଗୁଁ ଏକ ଭାରତ ସର୍ବଶ୍ରେଷ୍ଠ ଭାରତ ର ମୂଳଦୁଆ ପଡ଼ିଥିଲା । ଏହାପରେ ସମସ୍ତେ ଅନ୍ୟ ମାନଙ୍କ ହାତ ଧରାଧରି ହୋଇ ଏକ ମାନବ ଶୃଙ୍ଖଳ ଗଠନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ହାତ ଉପରକୁ ଉଠେଇ ରାଷ୍ଟୀୟ ଏକତା ଦିବସ ର ଶପଥପାଠ କରିଥିଲେ ଓ ଭାରତ ମାତାକି ଜୟ ର ଜୟଧ୍ୱନି ଦେଇଥିଲେ ।














