ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ବୈପାରିଗୁଡା :- ଭିଜିଲାନ୍ସ ସଚେତନତା ସପ୍ତାହ ଆଜି ଠାରୁ ଆସପ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କୋରାପୁଟ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବୈପାରିଗୁଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଟିତ ହୋଇଛି । ଚଳିତ ବର୍ଷର ଭିଜିଲାନ୍ସ ସଚେତନତା ସପ୍ତାହର ଶୀର୍ଷକ ଦୁର୍ନୀତି ମୁକ୍ତ ଭାରତ ଆମର ଲକ୍ଷ ରହିଛି । ବୈପାରିଗୁଡା ବ୍ଳକ ପରିସରରେ ଥିବା ସଭାଗୃହ ଠାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ମାନଙ୍କୁ ନେଇ ଏକ ସଚେତନତା ବୈଠକ କରିବା ସହିତ ବୈପାରିଗୁଡା ମୁଖ୍ୟ ଛକରୁ ବିରଖମ୍ବ ପୋଲ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସମୟରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟର କର୍ମଚାରୀ ବିଶ୍ୱରଂଚନ ବେହେରା, ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ,ଜିପିଓ ରାମପ୍ରସାଦ ଦୋରାଙ୍କ ସହିତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଦୁର୍ନୀତି ନିବାରଣ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଦୁର୍ନୀତି ନିବାରଣ ପାଇଁ ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଏକାନ୍ତ ଜରୁରୀ ବୋଲି ସୂଚନା ଦିଆଯାଇଥିଲା । ଜନସାଧାରଣଙ୍କ ଟିକସରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବା ସହିତ ଦରମା ପାଉଥିବାରୁ ସେମାନଙ୍କ ଟିକସ ର ସଦବିନିଯୋଗ ହେଉଛି କି ନାହିଁ ଏହା ଉପରେ ଜଦସାଧାରଣ ନଜର ରଖିବା ଉଚିତ୍ ବୋଲି କରାମର୍ଶ ଦିଆଯାଇଥିଲା । ଯେକୌଣସି ଦୁର୍ନୀତି ସମ୍ପର୍କରେ ଖବର ପାଇଲେ ଭିଜିଲାନ୍ସ ବିଭାଗକୁ ଖବର ଦେଉଥିବା ଖବର ଦାତାଙ୍କ ନାମ ଗୋପନ ରଖାଯାଇଥିବାରୁ ବିଭାଗକୁ ସହଯୋଗ କରିବାକୁ ନିବେଦନ କରା ଯାଇଥିଲା । ସରକାର କର୍ମଚାରୀ, ବେସରକାରୀ ଅନୁଷ୍ଠାନ, ଲୋକ ପ୍ରତିନିଥି ଓ ଜନସାଧାରଣଙ୍କ ସହଯୋଗ ରହିଲେ ଦୁର୍ନୀତି ନିବାରଣ ସମ୍ଭବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।