
ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ନୟାଗଡ଼ :- ନୟାଗଡ଼କେନ୍ଦ୍ର ସମବାୟ ବ୍ୟାଙ୍କର ୪ ନଂ ଜୋନ ର ଡ଼ାଇରେକ୍ଟର ଭାବେ ନୟାଗଡ ବ୍ଲକ ଯୁବ ବିଜେଡି ସଭାପତି ତଥା ବିଶିଷ୍ଟ ସମାଜ ସେବି ଏକତରଫା ଭାବେ ବିପୁଳ ଭୋଟ ପାଇ ବିଜୟୀ ହୋଇ ଥିବା ଜଣାପଡିଛି | ତାଙ୍କର ଏହି ବିପୁଳ ବିଜୟୀ ପାଇଁ ଶ୍ରୀଯୁକ୍ତ ବେହେରା ଏହାର ସମସ୍ତ ଶ୍ରେୟ ନୟାଗଡ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା,
ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସମେତ ବ୍ୟାଙ୍କ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ସମସ୍ତ ଭୋଟର ଓ ନୟାଗଡ଼ ଜନ ସାଧାରଣଙ ଭଲପାଇବା ଦେଇଥିବାରୁ କୃତଜ୍ଞତା ଜଣାଇ ଛନ୍ତି | ତେବେ ନବ ନିର୍ବାଚିତ ଡାଇରେକ୍ଟର ଦୁର୍ଯ୍ୟୋଧନ ଜଣେ ମେଳାପୀ, କାର୍ଯ୍ୟଦକ୍ଷ, ସ୍ନେହୀ, ଅମାୟିକ ତଥା ଯୁବ ସମାଜସେବି ଭାବେ ସମଗ୍ର ନୟାଗଡ ଜିଲ୍ଲାରେ ବେଶ ସୁପରିଚିତ |
ତେବେ ତାଙ୍କର ଏକ ପାଖିଆ ବିଜୟରେ ତାଙ୍କ ପାଖକୁ ସମଗ୍ର ଜିଲ୍ଲାରୁ ପ୍ରଶଂସାର ସୁଅ ଛୁଟିଛି | ତେବେ ଆଗାମୀ ଦିନରେ ବ୍ୟାଙ୍କ ମାଧ୍ୟମରେ କୃଷକ ମାନଙ୍କର ଆର୍ଥିକ ବିକାଶକୁ ଆହୁରି ସୁଦୃଢ କରିବା ପାଇଁ ସେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବେ ବେଲି ନିଜର ପ୍ରତିକ୍ରିୟାରେ ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି

© 2023 Odisha Taza News.