ଅର୍ଚ୍ଚନା ନାଗ ଘଟଣାର ମୁଖ୍ୟମନ୍ତ୍ରୀଙ୍କର ସଂପୂର୍ଣ୍ଣ ନିରବତା ଏ ଘଟଣାକୁ ଚପାଇ ଦେବା ପାଇଁକି..? ପ୍ରଦେଶ କଂଗ୍ରେସ ସଭାପତି

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଅର୍ଚ୍ଚନା ନାଗ ଘଟଣା ସାରା ରାଜ୍ୟକୁ ଉଠାଇବା ପକାଇବା ସହିତ ସାରା ଦେଶରେ ଏ ଘଟଣାର ଆଲୋଚନା ହେଉଛି । ଏ କୁତ୍ସିତ ଘଟଣାକୁ ନେଇ ଆଜି ଓଡ଼ିଶା ସାରା ଦେଶରେ ଅପବାଦର ଶିକାର ହୋଇଛି । ଏହାଦ୍ୱାର ଓଡ଼ିଶାର ନାରୀ ସମାଜ ମଧ୍ୟ ବହୁଭାବରେ ନିନ୍ଦିତ ଓ ଅପମାନିତ ହେଉଛନ୍ତି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାର ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ନିରବତାକୁ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଲେ ଯେ ଅର୍ଚ୍ଚନା ନାଗ ଗିରଫ ହେବାର ଦୀର୍ଘଦିନ ପରେ ମଧ୍ୟ ଏହି ଘଟଣାରେ ଯେଉଁ ସବୁ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଓଡ଼ିଶାର ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ତଥା ଭୁବନେଶ୍ୱର ପୋଲିସ କମିଶନର ଏବଂ ଡିସିପି ଏଭଳି ଏକ ଘୃଣ୍ୟ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ ଘଟଣାକୁ କାହିଁକି ନିଷ୍ଠା ଓ ନିରପେକ୍ଷ ଭାବେ ତଦନ୍ତ କରି ନାହାନ୍ତି..? ଏଭଳି ଘୃଣ୍ୟ କାର୍ଯ୍ୟରେ ଯେଉଁମାନେ ଅର୍ଚ୍ଚନା ନାଗଙ୍କୁ ସାହାଯ୍ୟ କରିଛନ୍ତି ଏବଂ ସମାଜରେ ଯେଉଁ ପ୍ରତିଷ୍ଠିତ ବର୍ଗ ଯଥା ବଡ଼ ବଡ଼ ବ୍ୟବସାୟୀ, ଶିଳ୍ପପତି, ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବହୁ ନେତୃବର୍ଗ ଏବଂ ଓଡ଼ିଶାର ବହୁ ପ୍ରଶାସନିକ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୋଲିସର ଏତେ ବିଳମ୍ବ କାହିଁକି...? ଓଡ଼ିଶାର ମୁଖ୍ୟମନ୍ତ୍ରୀ କଥା କଥାକେ ନାରୀ ଜାତିଙ୍କ ପ୍ରତି ତାଙ୍କ ଅଶେଷ ସମ୍ମାନ ଥିବା କହୁଥିବା ବେଳେ ଦୀର୍ଘ ୨୨ ବର୍ଷ ଭିତରେ ଏ ରାଜ୍ୟରେ ବେବିନା, ଇତିଶ୍ରୀ, ମାଧବୀଲତା, ମମିତା, ପରୀ ଓ ପିହୁକୁ ଏ ରାଜ୍ୟ ସରକାର ନ୍ୟାୟ ଦେଇପାରିଛନ୍ତିକି..? ୨୨ ବର୍ଷ ଭିତରେ ବିଜେଡ଼ି ସରକାରର ଅର୍ଦ୍ଧାଧିକ ମନ୍ତ୍ରୀମାନଙ୍କ ବିରୋଧରେ ହତ୍ୟା,

ଧର୍ଷଣ ଓ ଅନ୍ୟାନ୍ୟ ସଂଗୀନ ଅଭିଯୋଗ ଆଣିବା ସହିତ ବହୁ ପ୍ରମାଣ ପତ୍ର ଥାଇ ମଧ୍ୟ ଖୋଦ ମୁଖ୍ୟମନ୍ତ୍ରୀ ଏମାନଙ୍କୁ ନା ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିଛନ୍ତି ନା ଦଳରୁ ବିଦା କରିଛନ୍ତି । ଗୋଟେ ପଟେ ପ୍ରତିଦିନ ମହିଳା ମାନଙ୍କ ପ୍ରତି ଅତ୍ୟଚାର ବୃଦ୍ଧି ଘଟିବା ସହିତ ଆଜି ଓଡ଼ିଶା ମହିଳାମାନଙ୍କ ପ୍ରତି ହିଂସା, ଦୁଷ୍କର୍ମ କ୍ଷେତ୍ରରେ ଭାରତ ବର୍ଷରେ ପ୍ରଥମ ରାଜ୍ୟ । ଛୋଟ ପିଲା ଚୋରୀ ଏ ରାଜ୍ୟର ଏକ ନିତିଦିନିଆ ଘଟଣା । କିନ୍ତୁ ମୁଖ୍ୟମନ୍ତ୍ରୀ ଏ ରାଜ୍ୟବାସୀଙ୍କୁ ଉପହାସ କଲାଭଳି କହନ୍ତି ୪.୫ କୋଟି ଓଡ଼ିଆ ତାଙ୍କ ପରିବାରବର୍ଗ । ବିଜୁ ଜନତା ଦଳ ଯଦି ଏକ ସାମାଜିକ ଆନ୍ଦୋଳନ ତାହାହେଲେ ସେ ଦଳର ଅର୍ଦ୍ଧାଧିକ ନେତାଙ୍କର ମହିଳା ଦୁଷ୍କର୍ମ ଓ ସଂଗୀନ ଅଭିଯୋଗରେ ଜଡ଼ିତ ହେବା ଏହା କେଉଁ ଦୀଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ତାହା ମୁଖ୍ୟମନ୍ତ୍ରୀ ପ୍ରକାଶ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି ।

ଆଇନ ତା ବାଟରେ ଯାଉଛି ବୋଲି କହି ଖୋଦ ମୁଖ୍ୟମନ୍ତ୍ରୀ ଆଇନର ବାଟ ବାରମ୍ବାର ଓଗାଳୁଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଘଟଣାର ମାନ୍ୟବର ହାଇକୋର୍ଟଙ୍କ ତତ୍ୱବଧାନରେ ଏସଆଇଟି ତଦନ୍ତ ଦାବି କରିଛନ୍ତି । ଯଦି ଏ ସ୍ପର୍ଷକାତର ଘଟଣାକୁ ସରକାର ଚପାଇ ଦିଅନ୍ତି ତାହେଲେ ଆସନ୍ତା ଦିନରେ କଂଗ୍ରେସ ଏହା ବିରୁଦ୍ଧରେ ଉପଯୁକ୍ତ ଲଢ଼େଇ ଲଢ଼ିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ।