ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ ରାମଗିରି ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଗାଧୋଉଥିବା ସମୟରେ ଜଣେ ବୃଦ୍ଧ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଥିବାର ଖବର ମିଳିଛି । ମୃତକ ଜଣକ ମାଣ୍ଡିକିଝରଣ ଗ୍ରାମର ୬୦ ବୟସ ଶଗି ଖରା ବୋଲି ଜଣାପଡିଛି । ସାମାନ୍ୟ ଅସାବଧାନତା କାରଣରୁ ଏହି ଘଟଣା ଘଟିଛି ବୋଲି ଗ୍ରାମବାସୀଙ୍କ ମଧ୍ୟ ଆଲୋଚନା ଚାଲିଥିବା ସମୟରେ ଶୁଣିବାକୁ ମିଳୁଛି । ସୂଚନା ଅନୁଯାୟୀ ଆଜି ସକାଳେ ହଠାତ ଶଗି ଗାଧୋଇବା ପାଇଁ ପୋଖରୀକୁ ଯାଇ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଦୀର୍ଘ ସମୟ ଧରି ଏଣେ ତେଣେ ଖୋଜା ଖୋଜି ପରେ ମଧ୍ୟ ବୃଦ୍ଧଙ୍କ କୌଣସି ସନ୍ଧାନ ପାଇ ନଥିଲେ ।
ତେବେ ଏଣେ ତେଣେ ଖୋଜା ଖେଶଜି ପରେ ସନ୍ଦେହ କରି ତାଙ୍କ ପରିବାରଲୋକେ ନିକଟରେ ଥିବା ପୋଖରୀକୁ ଯାଇ ଦେଖିଲା ବେଳକୁ ପାଣିରେ ବୁଡି ଯାଇଥିବା ଅନୁମାନ କରି ପରିବାର ଲୋକେ ସଙ୍ଗେ ସଙ୍ଗେ ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ପ୍ରଦାନ କରିଥିଲେ । ଅଗ୍ନିଶମ ବିଭାଗର ଓଆଇସି ଉମେଶ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମାଣ୍ଡିକିଝରଣ ଗ୍ରାମ କୁ ଯାଇ ବହୁ ସମୟ ଖୋଜାଖୋଜି କରିବା ପରେ ମୃତଦେହକୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ବୋଲି କହିଛନ୍ତି ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ।

© 2023 Odisha Taza News.