• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୀମା କମ୍ପାନୀମାନେ ଓଡ଼ିଶା ଚାଷୀଙ୍କୁ ଶୋଷଣ କଲାବେଳେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ : ବିଜେଡ଼ି

Proprietor Abhimanyu Maharana by Proprietor Abhimanyu Maharana
October 31, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ବୀମା କମ୍ପାନୀମାନେ ଓଡ଼ିଶା ଚାଷୀଙ୍କୁ ଶୋଷଣ କଲାବେଳେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ : ବିଜେଡ଼ି
Share on FacebookShare on TwitterWhatsapp


1. ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ଲାଭ ଗୋଟାଉଛନ୍ତି, କିନ୍ତୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ମିଳୁନି ବୀମା ରାଶି ।

2. ବୀମା କମ୍ପାନୀଗୁଡ଼ିକ ଉପରେ ୫୦୦ କୋଟିରୁ ଅଧିକ ଟଙ୍କାର ବୀମା ରାଶି ବକେୟା ପଡ଼ିଛି ।

3. ପ୍ରତିବାଦରେ ୩୧ରେ ରାଜ୍ୟର ସମସ୍ତ ଜିଲ୍ଲା ତଥା ରାଜଧାନୀର ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡ଼ି ।

4. ଚାଷୀଙ୍କୁ ତୁରନ୍ତ ବକେୟା ଫସଲ ବୀମା ରାଶି ପ୍ରଦାନ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର ।

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ବରଗଡ଼ :- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନୀମାନେ ଏଥିପାଇଁ ସମୟ ଗଡ଼ାଇ ଚାଲିଛନ୍ତି । ଏହା ଫଳରେ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦ୍ଦଷା ମଧ୍ୟରେ କାଳ କାଟୁଛନ୍ତି । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଆସନ୍ତାକାଲି ବିଜେଡ଼ି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ମହିଳା ବିଜେଡ଼ିର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର କହିଲେ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା । ତେଣୁ ବୀମା କମ୍ପାନୀଗୁଡ଼ିକ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷତି ସହିଥିବା ଗରିବ ଚାଷୀଙ୍କୁ ଯଥା ସମୟରେ ବୀମା ରାଶି ପ୍ରଦାନ ନିଶ୍ଚିତ କରିବା ଏବଂ ତାଙ୍କ ପ୍ରତି ନ୍ୟାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମାତ୍ର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନରେ ବୀମା କମ୍ପାନୀଗୁଡ଼ିକ ଅହେତୁକ ବିଳମ୍ବ କରୁଥିବା ବେଳେ କେନ୍ଦ୍ର ସରକାର ନୀରବ ହୋଇ ବସିଛନ୍ତି । ଫଳରେ ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କଷ୍ଟ ଓ ଯନ୍ତ୍ରଣା ସହି ଆସୁଛନ୍ତି ।

ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଏହି ଦୁର୍ଦ୍ଦଶା ଦୂର କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଥିଲେ ଏବଂ ତୁରନ୍ତ ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଓ ଅନୁରୋଧ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ପ୍ରଦାନ କରୁନାହାନ୍ତି ।
ସେମାନେ ଆହୁରି କହିଲେ ଯେ ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଚାଷୀଙ୍କ ଅଧିକାର ଓ ଉନ୍ନତି ଲାଗି ସଂଗ୍ରାମ କରିଆସୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ସରକାର ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ‘କାଳିଆ’ ଯୋଜନା ପ୍ରଣୟନ କରିବା ସହିତ କୃଷି ବିଭାଗକୁ କୃଷି ଓ କୃଷକ କଲ୍ୟାଣ ବିଭାଗରେ ପରିଣତ କରାଯାଇଛି ।

ଚାଷୀଙ୍କ ସହାୟତାରେ ଓଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ମଧ୍ୟ ହାସଲ କରିଛି । ମାତ୍ର ଦୁଃଖ ଓ ପରିତାପର ବିଷୟ ହେଲା, କେନ୍ଦ୍ର ସରକାରଙ୍କ ନୀତି ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି । କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତର ପ୍ରସଙ୍ଗରେ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ହାଲୁକାରେ ନେଇ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଆମ ରାଜ୍ୟର ଚାଷୀଙ୍କୁ ବୀମା ରାଶି ପ୍ରଦାନ ଲାଗି ନ୍ୟାର୍ଯ୍ୟ ପଦକ୍ଷେପ ନେଉନାହାନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କେମିତି ଏହି ଯୋଜନାରୁ ସୁଫଳ ପାଇବେ ସେଥିପାଇଁ ବିଜେଡ଼ି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଶେଷ କରି ଜାତୀୟ ଫସଲ ବୀମା ପୋର୍ଟାଲ ସହିତ ରାଜ୍ୟ ଲ୍ୟାଣ୍ଡ୍ ରେକର୍ଡ଼ ପୋର୍ଟାଲକୁ ଲିଙ୍କ୍ କରାଯାଇଛି । ସିସିଇ-ଏଗ୍ରି ଆପ୍ ଜରିଆରେ କ୍ରପ୍ କଟିଙ୍ଗ୍ ଏକ୍ସପେରିମେଣ୍ଟ (ସିସିଇ) ଡାଟା ସଂଗ୍ରହ କରାଯାଇଛି । କୃଷି ଫସଲ ବୀମା ମନିଟରିଂ ମଡ୍ୟୁଲକୁ ଉନ୍ନତ କରାଯାଇଛି ।

କେବଳ ସେତିକି ନୁହେଁ, ଓଡ଼ିଶାର ଚାଷୀମାନେ କେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ସର୍ବାଧିକ ଲାଭ ପାଇବେ, ସେଥିପାଇଁ ଓଡ଼ିଶା ସରକାର ଫସଲ ବୀମା ପ୍ରିମିୟମ ସବ୍‌ସିଡ୍‌ର ନିଜ ଭାଗ ନିୟମିତ ଭାବେ ପ୍ରଦାନ କରିଆସୁଛନ୍ତି । ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ହେଲା, ଏତେ ସବୁ ପଦକ୍ଷେପ ନେବା ସତ୍ତ୍ୱେ ବୀମା କମ୍ପାନୀଗୁଡ଼ିକ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଏଯାଏଁ ସେମାନେଙ୍କ ପ୍ରାପ୍ୟ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରୁନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅଗଷ୍ଟ ୧୦ ତାରିଖରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି କୃଷି ପ୍ରସଙ୍ଗରେ ଲୋକସଭାରେ ଏହାର ୨୯ତମ ରିପୋର୍ଟ ଉପସ୍ଥାପିତ କରିଥିଲେ । ଏହି ରିପୋର୍ଟର ଏକ ଅଂଶ “ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଏକ ମୂଲ୍ୟାୟନ”ରେ ବୀମା କମ୍ପାନୀଗୁଡ଼ିକ କେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନର ପ୍ରିମିୟମରୁ ପ୍ରଚୁର ଲାଭ କରୁଛନ୍ତି, ଅଥଚ ତୁଳନାତ୍ମକ ଭାବେ ଚାଷୀଙ୍କୁ ଯଥେଷ୍ଟ କମ୍ ଫସଲ ବୀମା ରାଶି ପ୍ରଦାନ କରୁଛନ୍ତି ।

ଫସଲ ବୀମା ପ୍ରଦାନ କରିବାରେ ବୀମା କମ୍ପାନୀଗୁଡ଼ିକର ଏଭଳି ଅହେତୁକ ବିଳମ୍ବ ଯୋଗୁଁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଗଭୀର କ୍ଷୋଭ ପ୍ରକାଶ ପାଇଛି । ଗତ ୨ ବର୍ଷ ହେଲା କୋଭିଡ୍ ମହାମାରୀରେ ସନ୍ତୁଳି ହେବା ପରେ ଏବେ ଫସଲବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିବାରୁ ଓଡ଼ିଶାର ଚାଷୀକୂଳ ଅକଥନୀୟ ଦୁର୍ଦ୍ଦଶା ଭିତରେ ରହିଛନ୍ତି । ତେଣୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ସମସ୍ତ ବକେୟା ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ ବାଧ୍ୟ କରିବା ଲାଗି କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି । ଏହି ଦାବି ନେଇ ଆସନ୍ତା ଅକ୍ଟୋବର ୩୧ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳ ଓ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ବୀମା କମ୍ପାନୀଗୁଡ଼ିକର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ଚାଷୀମାନଙ୍କୁ ତୁରନ୍ତ ଫସଲ ବୀମା ରାଶି ପ୍ରଦାନ କରିବାକୁ ଦାବି କରାଯିବ ବୋଲି ଶ୍ରୀମତୀ ଛୁରିଆ ଓ ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026
ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ – ଯୋଗ ଅଭ୍ୟାସ

ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ – ଯୋଗ ଅଭ୍ୟାସ

June 21, 2026

Recent News

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026
ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ – ଯୋଗ ଅଭ୍ୟାସ

ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ – ଯୋଗ ଅଭ୍ୟାସ

June 21, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version