ଓଡ଼ିଶା ତାଜା ନ୍ୟୁଜ (30 ଅକ୍ଟୋବର ରବିବାର) କଳାହାଣ୍ଡି :- ଭବାନୀପାଟଣା-ଥୁଆମୂଳରାମପୁର ରାସ୍ତା ଅଟାଙ୍ଗ ଗୁଡା ନିକରେ ପୂର୍ତ୍ତ ବିଭାଗ ପୋଲ ଭୁଷୁଡି ପଡିଲା । ଫଳରେ ସେହି ସମୟରେ ଭବାନୀପାଟଣା ରୁ ଥୁଆମୂଳରାମପୁର ପଟକୁ ଯାଉଥିବା ଗୋଟିଏ କାର ଏବଂ ଥୁଆମୂଳରାମପୁରରୁ ଭବାନୀପାଟଣା ଆସୁଥିବା ଏକ କାର ପୋଲ ତଳକୁ ଖସିପଡିଛି ।
୨ ଟି କାରରେ ବସିଥିବା ୭ ଜଣ ଉଦ୍ଧାର ହୋଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଏହି ପୋଲର ସ୍ଥାୟୀତ୍ୱ ନେଇ ବହୁତ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ହେଲେ ବିଭାଗ ଶୁଣୁ ନ ଥିଲା।ପରିମାଣ ସ୍ୱରୂପ ଆଜିର ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି ।














