No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ନୟାଗଡ :- ସଂଗୀତ କ୍ଷେତ୍ରରେ ପ୍ରଶିଦ୍ଧି ଲାଭକରିଥିବା ନୟାଗଡରେ ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ସଂଗୀତ ଭିତ୍ତିକ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼,ସିଜିନ୍ ୩ ଆଜି ଠାରୁ ଆରମ୍ଭ ହୋଇଛି । ନୟାଗଡ଼ କ୍ଳବର ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭଏସ୍ ଅଫ୍ ନୟାଗଡ଼ର ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ,ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବ୍ଳକର ୧୪ ରୁ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ନେଇ
ପ୍ରତିଯୋଗିତା ହେଉଥିବା ବେଳେ ପର୍ଯ୍ୟାୟୟକ୍ରମେ ନୟାଗଡର ଅନ୍ୟ ୭ ଟି ବ୍ଳକରେ ପ୍ରତିଯୋଗିତା କରାଯାଇ କ୍ୱ।ଟର ପଫାଇନାଲ୍, ସେମିଫାଇନାଲ ଓ ଫାଇନାଲ୍ ଏହିପରି ଭାବେ ଭଏସ୍ ଅଫ୍ ନୟାଗଡ଼ ଭାବେ ଜଣେ ପ୍ରତିଭାବାନ୍ ଯୁବ କଣ୍ଠଶିଳ୍ପୀ ଚୟନ କରାଯିବ । ଶ୍ରେଷ୍ଠ ବିବେଚିତ କଣ୍ଠଶିଳ୍ପୀଙ୍କୁ ଦଶ ହଜାର ପୁରସ୍କାର ରାଶି ସହ ଉପଢୌକନ ଓ ମାନପତ୍ର ମଧ୍ୟ ପ୍ରଦାନ କରାଯିବ । ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମରେ ନୟାଗଡ଼ କ୍ଳବର ସଂପାଦକ ମିହିର ରଂଜନ ନାୟକ ଓ ସଦସ୍ୟ ଅବିନାଶ ସାହୁ, ଲକ୍ଷ୍ମୀନାରାୟଣ ରଥ,ଅରୁଣ ମହାନ୍ତି,ଅବଦୁଲ୍ ଆରିଫ ଖାଁ ,
ବାସୁଦେବ ସାହୁ,ପ୍ରକାଶ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ । ବିଚାରକ ଭାବେ ଉପସ୍ଥିତ ଥିଲେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ ଏବଂ ରାଜେଶ କୁମାର ମିଶ୍ର । ଆଜିର ପ୍ରତିଯୋଗିତାରେ ନୟାଗଡ଼ ବ୍ଳକରୁ ୪୬ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରଦ୍ୟୁମ୍ନ ବାରିକ,ପ୍ରିତୀପଦ୍ମା ମିଶ୍ର,ଓମ୍ ପ୍ରସାଦ ମିଶ୍ର, ବିଶ୍ୱଜିତ୍ ନାଯକ, ବର୍ଷା ପ୍ରିୟଦର୍ଶିନୀ, ଅସୀମ ରଂଜନ ପଟ୍ଟନାୟକ, ଜ୍ୟୋତିପ୍ରଦା ପରିଡା,ଲିପ୍ସାରାଣୀ ପଣ୍ଡା, ସ୍ୱାଗତିକା ପଣ୍ଡା, ପୂଜା ନାୟକ, ଇପ୍ସିତା ସାମନ୍ତରାୟ, ଇପ୍ସିତା ପ୍ରିୟଦର୍ଶିନୀ ପ୍ରମୁଖ ୧୨ ଜଣ ମନୋନୀତ ହୋଇଥିଲେ । କୃତୀତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା ।

No Result
View All Result