ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ଖୋର୍ଦ୍ଧା-ଜଟଣୀ :- ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରି ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର ଏକ ଗୁରୁତତ୍ୱପୂର୍ଣ ବୈଠକ ସ୍ଥାନୀୟ ବାଟ ମଙ୍ଗଳା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରାକେଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଆଠଦଫା ଦାବି ପ୍ରତି ଧ୍ୟାନ ନ’ଦେଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଜିଲ୍ଲାର ୧୦ଟି ବ୍ଲକର ୧୯୦ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ୧୪୯ଜଣ ପିଅନ,୧୯ଜଣ ରାତ୍ର ଜଗୁଆଳୀ ଓ ୭ଜଣ ଝାଡୁଦାର ମୋଟ ୧୭୫ଜଣ ଚତୃର୍ଥ ଶ୍ରେଣୀ କର୍ମଚାରୀ ଆଜି ଏକତ୍ରିତ ହୋଇ ଆଠ ଦଫା ସମ୍ୱଳୀତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ’ଗଲେ ଆସନ୍ତା ବିଧାସଭା ବୈଠକ ସମୟରେ ଜୋରଦାର ଆନ୍ଦୋଳନ କରାଯିବ ଏବଂ ଆବଶ୍ୟକ ପଡିଲେ ସ’ପରିବାର ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।
ଏହି ବୈଠକରେ ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ସୁବ୍ରତ ରାଉଳ,ରବୀନ୍ଦ୍ର ସେନାପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ସଚିବ,ପଞ୍ଚାୟତ ରାଜ ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟରେ ସ୍ଥାୟୀ ନିଯୁକ୍ତି,ସମାନ କାମକୁ ସମାନ ଦରମା ନିୟମିତ ପ୍ରଦାନ, ୨୦୧୪ ମସିହାର ୧୨୫ ନିୟମକୁ ଉଚ୍ଛେଦ କରିବା ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପଦନ୍ୱୋତି ଇତ୍ୟାଦି ଆଠ ଦଫା ଦାବି ସମ୍ବଳିତ ଦାବିପତ୍ର ଦେବା ସହ ସରକାର ଯଥାଶୀଘ୍ର ଉକ୍ତ ଦାବୀ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ୍ ଆସନ୍ତା ବିଧାନ ସଭା ବୈଠକ ସମୟରେ ଜୋରଦାର ଆନ୍ଦଳନ କରାଯିବ ଏବଂ ଆବଶ୍ୟକ ପଡିଲେ ସପରିବାର ଆତ୍ମାହୁତି ଦେବାକୁ ପଚ୍ଛାଇବୁ ନାହିଁ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।













