No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- କାଶୀନଗର ସରକାରୀ ବାରଣସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱର୍ଗତ ସୁଶିଲ କୁମାର ପଣ୍ଡା ଙ୍କ ଅକାଳ ବିୟୋଗ ଘଟି ଯାଇଛି l ସେ ଜଣେ ଶିକ୍ଷାବିତ୍ କର୍ମଠ, ଆଦର୍ଶ ଶିକ୍ଷକ ଥିଲେ l ଅତିକମ୍ ଦିନ ହେଲା ସେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇ ଛାତ୍ର ବତ୍ସଳ ବଂଧୁ ମାନଙ୍କ ମିଷ୍ଟ ଭାଷା ହୋଇ କାଶୀନଗର ଅଞ୍ଚଳରେ ସେ ଅତିପ୍ରିୟ ପାତ୍ର ହୋଇପରି ଥିଲେ l
ତାଙ୍କ ବିୟୋଗରେ ସ୍କୁଲ ଠାରେ ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ମାନେ ସମବେତ ହୋଇ ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲେ l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବୁ ରାଓ, ରାଧେଶ୍ୟାମ ସାହୁ, ଅଶୋକ ଗୌଡ଼, ସ୍କୁଲ ସଭାପତି ଶଙ୍କର ଲେଙ୍କା , ସାମ୍ବାଦିକ ହୃଷିକେଶ ଗୌଡ଼, ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ଶୋକ ସଭାରେ ଯୋଗ ଦେଇ ଆତ୍ମାର ସଦଗତି କାମନା କରିଥିଲେ l ପୂର୍ବତନ ସଭାପତି ରାଜେଶ ପଟ୍ଟନାୟକ,ଶିକ୍ଷକ ଜଗଦୀଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ

No Result
View All Result