
ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ଖୋର୍ଦ୍ଧା – ଜଟଣୀ :- ରେଲବାଇ ର ସର୍ବ ଭାରତ ସ୍ତରରେ ରହିଛି ଅନେକ ଶ୍ରମିକ ସଂଗଠନ । ତା’ ମଧ୍ୟରେ ଆମ ରାଜ୍ୟରେ ଅବସ୍ଥିତ ଇଷ୍ଟ୍ କୋଷ୍ଟ ଜୋନରେ ମଧ୍ୟ ଏକାଧିକ ସଂଗଠନ ଥିବାବେଳେ ମୁଖ୍ୟ ସଂଗଠନ ଭାବେ ଶ୍ରମିକ କଂଗ୍ରେସ୍ ଓ ଶ୍ରମିକ ୟୁନିଅନ କାର୍ୟ୍ୟ କରୁଛି । ହେଲେ ଏହି ଦୁଇ ସଂଗଠନ ର ଅନ୍ତର୍ଦ୍ୱୋନ୍ଦ୍ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଜି ଏକ ମିଲନ ଉତ୍ସବରେ ।
ଦୀର୍ଘ କୋଡ଼ିଏ ବର୍ଷଧରି ଈଷ୍ଟ୍ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନରେ କାର୍ୟ୍ୟ କରୁଥିବା ଏବଂ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ଛାମୁଆଁ ନେତା ନିରଞ୍ଜନ ମିଶ୍ର ସତାଧିକ ସମର୍ଥକଙ୍କ ସହ ଶ୍ରମିକ ୟୁନିଅନ ଛାଡ଼ି ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ହେଡ କ୍ୱାଟର ବ୍ରାଞ୍ଚ ଠାରେ ଆୟୋଜିତ ମିଲନ ଉତ୍ସବରେ ଶ୍ରମିକ କଙ୍ଗ୍ରେସର ଜୋନାଲ ସମ୍ପାଦକ ରମେଶ ସାହୁ ଓ ଅନେକ ପଦାଧିକାରିଙ୍କ ଉପସ୍ଥିତିରେ ଶ୍ରମିକ୍ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ପୂର୍ବରୁ ଥିବା ୟୁନିଅନ୍ ଶ୍ରମିକ ମାନଂକ ପ୍ରତି ଦୃଷ୍ଟି ନ ‘ଦେବା ଏବଂ ସଙ୍ଗଠନ ନେତାଙ୍କ ପକ୍ଷ ପାତିତା ଯୋଗୁଁ ୟୁନିଅନ ଛାଡ଼ିବା ସହିତ ଶ୍ରମିକ ନେତା ରମେଶ ସାହୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଜି ନିଜର ସମର୍ଥକ ଙ୍କ ସହିତ ଶ୍ରମିକ କଂଗ୍ରେସରେ ଯୋଗଦେଲି ।
ସେହିପରି ରେଲୱେ ଶ୍ରମିକ କଙ୍ଗ୍ରେସ ହେଉଛି ସର୍ବ ଭାରତ ସ୍ତରରେ ଏକ ବୃହତ୍ ଶ୍ରମିକ ସଙ୍ଗଠନ ଯାହାକି ରେଲ ଶ୍ରମିକ ମାନଙ୍କ ପାଇଁ କାମ କରେ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ। ଆଜି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଯୋଗଦାନ ସଙ୍ଗଠନକୁ ଆହୁରି ମଜବୁତ୍ କରିବ ବୋଲି କହିଛନ୍ତି ରେଲୱେ ଶ୍ରମିକ କଂଗ୍ରେସର ଜୋନାଲ ସମ୍ପାଦକ ରମେଶ ସାହୁ । ସର୍ବପରି ଏହି ଦଳ ବଦଳ, ଆକ୍ଷେପ ପ୍ରତି ଆକ୍ଷେପ ସମ୍ପର୍କରେ ରେଲୱେ ଶ୍ରମିକ ୟୁନିଅନ ଜୋନାଲ ସମ୍ପାଦକ ପ୍ରଦୀପ ପାଟସାହାଣୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଶ୍ରମିକ ୟୁନିଅନ ୧୯୨୪ ମସିହାରୁ ରେଳ କର୍ମଚାରୀଙ୍କ ପାଇଁ କାମ କରି ଆସୁଛି,କିଛି ନ୍ୟସ୍ତ ସ୍ୱାର୍ଥନ୍ଵେସି ବ୍ୟକ୍ତି ସଂଗଠନ ଛାଡ଼ି ଯାଇଛନ୍ତି ଯାହାର କିଛି ପ୍ରଭାବ ପଡିବ ନାହିଁ ।


© 2023 Odisha Taza News.