No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ବୁଧବାର ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ବ୍ଲକ ଶିକ୍ଷା ବିଭାଗ ଓ ମାଲକାନଗିରି ସମଗ୍ର ଶିକ୍ଷା ଆନୂକୁଲ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ସୃଜନଶୀଳତା ର ବିକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ ୨୦୨୨ ଉଦ୍ ଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ତରଫରୁ ପ୍ରାୟୋଜିତ ଏହି ସୃଜନଶୀଳତା କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ମହାମାରୀ କରୋନା ପରେ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା ମୁକ୍ତ କାର୍ଯ୍ୟକ୍ରମ ଥିଲା। ପୂର୍ବାହ୍ନ ରେ ଉଦ୍ ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଘ୍ନ କିର୍ଷାନୀ, ମୁଖ୍ୟ ବକ୍ତା ଭାବେ ଶ୍ରୀ ମହେଶ୍ୱର ସାହୁ, ଅଧ୍ୟକ୍ଷ, ଆଦର୍ଶ ବିଦ୍ୟାଳୟ, ଗୁଣ୍ଡୁରିଗୁଡା, ବୈଠକ ରେ ପୋରହିତ୍ୟ କରିଥିଲେ ଶୁଶ୍ରୀ ଗାୟତ୍ରୀ ଦେବୀ,ଵିଇଓ,କୁଡୁମୁଲୁଗୁମ୍ମା, ଆବାହକ ଅଞନ ଚୋଧୁରୀ,ଏବିଇଓ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ, ସମ୍ମାନିତ ଅତିଥି ଶ୍ରୀ ମଂଗଳା ମାଢି, ସରପଞ୍ଚ,କୁଡୁମୁଲୁଗୁମ୍ମା, ଶ୍ରୀ ହେମନ୍ତ କୁମାର ନାୟକ, ଶ୍ରୀ କୃପାସିନ୍ଧୁ ଆମ୍ବଗୁଡ଼ିଆ,ଏବିଇଓ, ଶ୍ରୀ ଦିଲ୍ଲୀପ ଗଣ୍ଡ , ପ୍ରଧାନ ଶିକ୍ଷକ, ଶ୍ରୀ ଦିଲ୍ଲୀପ୍ କୁମାର ଓଝା ,ପୂର୍ଵତନ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଏଗାର ଗୋଟି ପଞ୍ଚାୟତ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା,ଭାଷଣ, ଚିତ୍ରାଙ୍କନ, ହସ୍ତାକ୍ଷର, ସଂଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ଚାରିଟା ବେଳେ ଉଦ୍ ଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ସ୍ୱ। ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. ସନ୍ତୋଷ କୁମାର ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ଦିଲ୍ଲୀପ କୁମାର ଓଝା, ସମ୍ମାନନୀୟ ଅତିଥି ଭାବେ ଡାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ,ଵିଇଓ ସୁଶ୍ରୀ ଗାୟତ୍ରୀ ଦେବୀ,ଏଵିଇଓ ଅଞନ ଚୋଧୁରୀ, କୃପାସିନ୍ଧୁ ଆମ୍ବଗାଡ଼ିଆ, ହେମନ୍ତ କୁମାର ନାୟକ, ଶ୍ରୀ ରମେଶ ଚନ୍ଦ୍ର ନେଲୁରୁ, ସଭାପତି, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କୁଡୁମୁଲୁଗୁମ୍ମା ଯୋଗଦାନ କରି କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କୁଡୁମୁଲୁଗୁମ୍ମା ସମ୍ପାଦକ ଶ୍ରୀ ବଳରାମ ପୂଜାରୀ ସଞ୍ଚାଳନ କରିଥିଲେ। ଏହି ଉତ୍ସବ ରେ ସମସ୍ତ ସିଆରସିସି ବନ୍ଧୁ, ଶିକ୍ଷକ ଶିକ୍ଷୟିତ୍ରୀ ଗଣ , ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ରହି ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା କୁ ଦେଖି ଵା ସହ ସହାୟତା ମଧ୍ୟ କରିଥିଲେ। ଆଗାମୀ ନଭେମ୍ବର ମାସ ପାଞ୍ଚ ତାରିଖ ରେ ମାଲକାନଗିରି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଆଜି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଵେ । ଉକ୍ତ କାର୍ଯ୍ୟକ୍ରମରେ ସର୍ବ ଶ୍ରୀ ତ୍ରୀନାଥ ପାଳ, ସୁଧାକର ନାୟକ,ଅଜୟ ପୃଷ୍ଟି,ଵ୍ରଜ ନାରାୟଣ ଦାସ, ପାର୍ବତୀ ବେହେରା, ପ୍ରିୟ ମ୍ଵଦା ରାଉତ, ଚନ୍ଦ୍ର ନାୟକ, ସନ୍ତୋଷ କୁମାର ମହୁରୀ ସହଯୋଗ କରିଥିଲେ। ଏହି ଭଳି ସୃଜନଶୀଳ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କର ବୋଧିକ ଓ ଚିନ୍ତନ ମନନ ଶକ୍ତି ବୃଦ୍ଧି ପାଇବା ସହ ଆଗାମୀ ଦିନରେ ଜଣେ ସୁସ୍ଥ ଓ ସଭ୍ୟ ନାଗରିକ ଭାବେ ଦେଶ ଓ ଜାତିର ସଂହତି ଦିଗରେ କାର୍ଯ୍ୟକରିପାରିଵେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
No Result
View All Result